‘ଜୁନ୍ ୯ରେ ଶପଥ ନେବା ପରେ… ପ୍ରଥମେ ୩ଟି ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ’: କେନ୍ଦୁଝରରେ ପାଣ୍ଡିଆନଙ୍କ ଭୋଟ ଅପିଲ ।

709

କନକ ବ୍ୟୁରୋ: କେନ୍ଦୁଝରର ଆଦିବାସୀ ଭାଇଭଉଣୀମାନେ ମୁଖ୍ୟତଃ ଜଙ୍ଗଲଜାତ ସାମଗ୍ରୀ ଉପରେ ନିର୍ଭର କରୁଛନ୍ତି । ଏଥିରେ ସେମାନେ ପେଟପାଟଣା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ସୋମନଙ୍କ ପାଇଁ ଲାଭ ଯୋଜନା କରିଛନ୍ତି । ସେମାନଙ୍କ ଉତ୍ପାଦ ଉପରେ କେହି ବି ଠକିପାରିବେନି । ସେମାନଙ୍କୁ ନିଜ ଜିନିଷର ଉଚିତ ମୂଲ୍ୟ ମିଳିବ ।

ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି, ଏଠିକୁ ଛତିଶଗଡ, ଆସାମ ମୁଖ୍ୟମନ୍ତ୍ରୀ ଆସୁଛନ୍ତି, ହେଲେ ସବୁ ବଡବଡ କଥା କହୁଛନ୍ତି । ସେମାନଙ୍କୁ ପଚାରନ୍ତୁ ସେମାନେ ନିଜ ନିଜ ରାଜ୍ୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ କ’ଣ କରିଛନ୍ତି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ କରିଛନ୍ତି । ସେମାନଙ୍କ ପାଇଁ ବିଦ୍ୟାଳୟ ସହ ହଟେଲ ମଧ୍ୟ କରିଛନ୍ତି । କିଛି ନକରି ବାହାର ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଆସି ଓଡିଶା ଲୋକଙ୍କୁ ବଡ ବଡ କଥା କହୁଛନ୍ତି । ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଅସଭ୍ୟ ଭାଷା ବ୍ୟବହାର କରୁଛନ୍ତି । ତେଣୁ ଏବେ ସେମାନଙ୍କୁ ମୁହଁତୋଡ ଜବାବ ଦେବାର ସମୟ ଆସିଛି । କେନ୍ଦୁଝରବାସୀ ସେମାନଙ୍କୁ ୨୫ ତାରିଖରେ ଜବାବ୍ ଦେବେ’ ।

‘ମୁଖ୍ୟମନ୍ତ୍ରୀ ଜୁନ୍ ୯ରେ ଶପଥ ନେବା ପରେ  ପ୍ରଥମେ ୩ଟି ଦସ୍ତଖତ କରିବେ । ବିଜୁଳି ବିଲ ଛାଡ କରିବା ସହ ସମସ୍ତଙ୍କୁ ବିଏସକେୱାଇ କାର୍ଡ ସୁବିଧା ଓ ସମସ୍ତ ଏସଏଚଜି ଗ୍ରୁପର ମହିଳାଙ୍କୁ ୬୦ ବର୍ଷ ପରେ ଭତ୍ତା ଦେବା ବିଲ ଉପରେ ଦସ୍ତଖତ କରିବେ’ ବୋଲି କହିଛନ୍ତି ପାଣ୍ଡିଆନ୍ ।