ଆଇପିଏଲ ପ୍ଲେଅଫରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୨୭ ରନରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇ ଟିକେଟ ପକ୍କା । କୋହଲିଙ୍କ ଦଳର ସଫଳତାରେ ଝୁମିଗଲେ ଆରସିବି ଫ୍ୟାନ ।

145

କନକ ବ୍ୟୁରୋ: ନାଟକୀୟ ଢଙ୍ଗରେ ଆଇପିଏଲ ପ୍ଲେଅଫରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୨୭ ରନରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇ ପ୍ଲେ-ଅଫ ପାଇଁ ଟିକେଟ ପକ୍କା କରିଛି ଆରସିବି । ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୨୭ ରନରେ ସିଏସକେକୁ ହରାଇ ଦେଇଛି କୋହଲିଙ୍କ ଦଳ । ଆଇପିଏଲ ପ୍ଲେ-ଅଫରେ ପହଞ୍ଚିବାକୁ ହେଲେ ଆରସିବିକୁ ଅତି କମରେ ୧୮ ରନରେ ଜିତିବାର ଆବଶ୍ୟକ ଥିଲା । ପ୍ରଥମେ ବ୍ୟାଟିଂ କରି ଆରସିବି ୫ ୱିକେଟ ହରାଇ ୨୧୮ ରନ୍ କରିଥିଲା । ଏହାପରେ ସିଏସକେ ୨୦ ଓଭରରେ ୭ ୱିକେଟ ହରାଇ ୧୯୧ ରନ୍ କରିବାରେ ସଫଳ ହୋଇଥିଲା । ଏହି ବିଜୟ ସହ ନବମ ଥର ପାଇଁ ଆଇପିଏଲ ପ୍ଲେ-ଅଫରେ ପହଞ୍ଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । କୋହଲିଙ୍କ ଦଳର ସଫଳତାରେ ଝୁମିଯାଇଛନ୍ତି ଆରସିବି ଫ୍ୟାନ । ପୂର୍ବରୁ କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ-ଅଫ୍ ପାଇଁ ନିଜ ସ୍ଥାନ ପକ୍କା କରିସାରିଛନ୍ତି ।