‘ଆଦିବାସୀ ଭାଇଙ୍କ ଉପରୁ ୫୦ ହଜାର ପୋଲିସ କେସ୍ ରଦ୍ଦ କରାଇଛନ୍ତି ମୁଖ୍ୟମନ୍ତ୍ରୀ’ : କେନ୍ଦୁଝର ପ୍ରଚାର ମଞ୍ଚରୁ ଆଦିବାସୀ ଭୋଟରଙ୍କୁ ଭୋଟ ଅପିଲ କଲେ ଭି କେ ପାଣ୍ଡିଆନ୍ ।

123

କନକ ବ୍ୟୁରୋ: କେନ୍ଦୁଝରରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭି କେ ପାଣ୍ଡିଆନ୍ ଚହିଛନ୍ତି , କେନ୍ଦୁଝରରେ ମେଡିକାଲ କଲେଜଠାରୁ ଆରମ୍ଭ କରି କଞ୍ଜିନିୟରିଙ୍ଗ କଲେଜ, ବ୍ୟାରେଜ୍ , ମା’ ତାରିଣୀଙ୍କ ମନ୍ଦିର ଉନ୍ନତିକରଣ ସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଅନ୍ୟ ଜିଲ୍ଲାର ଆଦିବାସୀଙ୍କ ପରି ଏ ଜିଲ୍ଲାର ଆଦିବସୀ ଭାଇଭଉଣୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ବହୁତ ଭଲ ସ୍ଥାନରେ ଅଛନ୍ତି । ସେମାନଙ୍କ ବିକାଶ ତଥା ସେମାନଙ୍କ ପରମ୍ପରା, ସଂସ୍କୃତି ଓ ଶିକ୍ଷାର ବିକାଶ ପାଇଁ ନବୀନ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ଆବାସିକ ବିଦ୍ୟାଳୟ ସହ ହଷ୍ଟେଲ ସୁବିଧା ମଧ୍ୟ କରିଛନ୍ତି, ଯାହା ଆମ ଦେଶର କୌଣସି ରାଜ୍ୟରେ ସେଠିକାର ସରକାର କରିନାହାଁନ୍ତି । ଆଦିବାସୀଙ୍କ କଳା, ସଂସ୍କୃତିର ସୁରକ୍ଷା ପାଇଁ ନୀବନ ସରକାର ଏସଡିସି ଗଠନ କରିଛନ୍ତି । ସବୁଠାରୁ ବଡ କଥା ହେଲେ ବିଭିନ୍ନ ସମୟରେ ଆଦିବାସୀଙ୍କ ଉପରେ ଲାଗିଥିବା ୫୦ ହଜାରରୁ ଅଧିକ ପୋଲିସ କେସ ରଦ୍ଦ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ’ । ତେଣୁ ଏଥର ମଧ୍ୟ ତାଙ୍କୁ ଆଶୀର୍ବାଦ କରି ପୁଣି ମୁଖ୍ୟମନ୍ତ୍ରୀ କରିବାକୁ କେନ୍ଦୁଝରବାସୀଙ୍କୁ ଅପିଲ କରିଛନ୍ତି ପାଣ୍ଡିଆନ୍ ।