ଓଡ଼ିଶା ପାଇଁ ଗୌରବ ଆଣିଲେ ଚିରଶ୍ରୀ । କଲର୍ସ ଟିଭିରେ ପ୍ରସାରିତ ‘ଡ୍ୟାନ୍ସ ଦିୱାନେ’ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ କେନ୍ଦୁଝର ଝିଅ ।

2,479

କନକ ବ୍ୟୁରୋ: ଓଡ଼ିଶା ପାଇଁ ଗୌରବ ଆଣିଲେ ଚିରଶ୍ରୀ । ନିଜର ନୃତ୍ୟ କଳା ଜରିଆରେ ପ୍ରଶଂସା ସାଉଁଟୁଛନ୍ତି କେନ୍ଦୁଝରର ଝିଅ ଚିରଶ୍ରୀ ସାଗରିକା । କଲର୍ସ ଟିଭିରେ ପ୍ରସାରିତ ଡ୍ୟାନ୍ସ ଦିୱାନେ ପ୍ରତିଯୋଗିତାରେ ସେ ଏବେ ଫାଇନାଲ ପର୍ଯ୍ୟାୟେରେ ପହଞ୍ଚିିଛନ୍ତି ।

ପିଲାଟି ଦିନରୁ ନାଚ ପ୍ରତି ଭଲପାଇବା ରଖିଆସିଥିବା ଚିରଶ୍ରୀ ୨୦୧୩ରୁ ବିଧିବଦ୍ଧ ଭାବେ ନୃତ୍ୟ ଶିଖି ଆସୁଛନ୍ତି । ୨୦୧୩ରେ ସେ ଜେନିଥ ଡ୍ୟାନ୍ସ ଏକାଡେମୀରେ ଗୁରୁ କୁନାଲ ମହାକୁଡ଼ଙ୍କ ନିକଟରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । କେନ୍ଦୁଝରର ଦୟାସାଗର ପଣ୍ଡା ଓ ଶ୍ରାବଣୀ ପଣ୍ଡାଙ୍କ ଝିଅ ଚିରଶ୍ରୀ ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ ମଧ୍ୟ ସେ ଆଗରୁ ଭାଗ ନେଇସାରିଛନ୍ତି । ୨୦୧୭ରେ ସେ ଡିଆଇଡି ଲିଟିଲ ମାଷ୍ଟର ପ୍ରତିଯୋଗିତାରେ ଭାଗ ନେଇ ଶ୍ରେଷ୍ଠ ୧୫ ପର୍ଯ୍ୟାୟରେ ପହଂଚିଥିଲେ । ୨୦୧୮ରେ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସରେ ଭାଗ ନେଇ ପ୍ରଥମ ରନର୍ସ ଅପ୍ ହେଇଥିଲେ । ୨୦୨୩ରେ ଷ୍ଟାର ପ୍ଲସରେ ପ୍ରସାରିତ ଡ୍ୟାନ୍ସ ପ୍ଲସରେ ଭାଗ ନେଇ ଶ୍ରେଷ୍ଠ ୩୦ ପ୍ରତିଯୋଗୀଙ୍କ ଭିତରେ ସ୍ଥାନ ପାଇଥିଲେ । ଚଳିତବର୍ଷ ଡ୍ୟାନ୍ସ ଦିୱାନେ ପାଇଁ ଭୁବନେଶ୍ୱରରେ ଅଡିସନ ହୋଇଥିବା ବେଳେ ଏଥିରେ ଭାଗ ନେଇ ଚିରଶ୍ରୀଙ୍କୁ ସଫଳତା ମିଳିଛି ।