ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି । ଏନବିଡବ୍ଲୁ ଉପରେ ରୋକ ଲଗାଇଲେ ଉଚ୍ଚ ନ୍ୟାୟାଳୟ

172

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ୱସ୍ତି ମିଳିିଛି । ଅନୁଭବଙ୍କ ନାରେ ଜାରି ହୋଇଥିବା ଏନବିଡବ୍ଲୁ ବା ଜାମିନ ବୀହିନ ଗିରଫ ପରୱାନା ଉପରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ । ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ ଅନୁଭବ ମହାନ୍ତି ।

ପୁରୀଘାଟ ଥାନାରେ ହୋଇଥିବା ଘରୋଇ ହିଂସା ମାମଲାରେ ଏନବିଡବ୍ଲୁୁ ଜାରି କରିଥିଲେ କଟକ ଜେ.ଏମ୍.ଏଫ.ସି କୋର୍ଟ । ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗ ଆଧାରରେ ଏନବିଡବ୍ଲୁୁ ଜାରି କରି ଆସନ୍ତା ୨୩ ତାରିଖ ସୁଦ୍ଧା ଏନବିଡବ୍ଲୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଘରୋଇ ହିଂସା ସଂପର୍କୀତ ମାମଲାରେ ଚାର୍ଜଫ୍ରେମ୍ ପାଇଁ କୋର୍ଟରେ ହାଜର ହେବାକୁ ଅନୁଭବଙ୍କୁ ନୋଟିସ୍ କରିଥିଲେ କୋର୍ଟ । କିନ୍ତୁ ଏହି ଏନବିଡବ୍ଲୁ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।