ବାଲେଶ୍ୱର ଭୋଗରାଇର ମନ୍ଦିରରୁ ସିରିଜ୍ ଲୁଟ୍ । ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା

63

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଭୋଗରାଇର ମନ୍ଦିରରୁ ସିରିଜ୍ ଲୁଟ୍ । ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଠାକୁରଙ୍କ ଆସବାବପତ୍ର । କଖଡା ପଞ୍ଚାୟତ ତଲାଡି ଗାଁର ମା’ ମଙ୍ଗଳା ମନ୍ଦିର, ରାଧାକୃଷ୍ଣ ମନ୍ଦିର ସହ ଝାଡସିମୁଳିଆ ଗାଁ ଖରାଖାଇ ମନ୍ଦିରରୁ ଲୁଟ୍ ହୋଇଛି ।

ମନ୍ଦିରର ଦାନ ହୁଣ୍ଡିରୁ ମଧ୍ୟ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଆଜି ସକାଳେ ଗ୍ରାମବାସୀ ଓ ପୂଜକ ଲୁଟ୍ ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମନ୍ଦିରରୁ ଲୁଟ୍ ସାମଗ୍ରୀର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ଟଙ୍କା ହେବ ।