ଶପଥ ପରେ ପୂରଣ ହେବ ନବୀନ ଗ୍ୟାରେଣ୍ଟି । ବିଜେଡି କହିଲା, ଯୁବବର୍ଗଙ୍କ ପାଇଁ ନବୀନ ଆଣିଥିବା ଇସ୍ତାହାର କାର୍ଯ୍ୟକାରୀ ହେଲେ ଅନୁକରଣ କରିବେ ଜାତୀୟ ଦଳ ।

255

କନକ ବ୍ୟୁରୋ : ନିର୍ବାଚନୀ ଇସ୍ତାହାରକୁ ନେଇ ବିଜେଡିର ପ୍ରେସମିଟ୍ । ବିଜେଡି ମୁଖପାତ୍ର ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ବିଜେଡି ଇସ୍ତାହାର ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ । ନବୀନଙ୍କ ୨୪ ଗ୍ୟାରେଣ୍ଟି ମଧ୍ୟରୁ ପ୍ରଥମ ଗ୍ୟାରେଣ୍ଟି ଯୁବ ଓଡ଼ିଶା ନବୀନ ଓଡ଼ିଶା । ୨୦୩୪ ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଗଢିବାରେ ଯୁବଙ୍କ ଦାୟିତ୍ୱ ଓ ଗୁରୁତ୍ୱ । ସେମାନେ ହିଁ ଆଗରେ ରହିବେ ।

ଭାରତ ବର୍ଷରେ ପ୍ରଥମ ରାଜ୍ୟ ଭାବେ ଯୁବ ବଜେଟ ଇସ୍ତାହାରରେ ଅଛି । ଯୁବକଙ୍କ ପାଇଁ ୧୦ ବର୍ଷ ପାଇଁ ୧ ଲକ୍ଷ କୋଟି ବଜେଟ ରହିବ । ଏଭଳି ବଜେଟ କେନ୍ଦ୍ର ସରକାର ବି ଆଣିନାହାନ୍ତି । ବିଜେପି ଯୁବ ଦକ୍ଷତା କଥା କହେ. ହେଲେ ଇସ୍ତାହାରରେ ଏହା ନାହିଁ । ଯୁବ ବଜେଟ ଵି କରି ନାହାନ୍ତି, କେବଳ ଭାଷଣରେ ସୀମିତି ରହିଛି ଯୁବବର୍ଗଙ୍କ ବିକାଶ । ଯୁବକ ମାନେ ନିଜ ମତ ଦେଲା ପରେ ଏହି ବଜେଟ କାର୍ଯ୍ୟକାରୀ ହେବ, ନୀତି ନିର୍ଧାରଣରେ ଯୁବକ ଭାଗିଦାରୀ ରହିବେ । ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ।

ଦ୍ଵିତୀୟ ଗ୍ୟାରେଣ୍ଟିରେ ଛାତ୍ରଙ୍କ ପାଇଁ ନବୀନ କାର୍ଡ, ଏହାର ପରିସୀମା ବଢ଼ାଯିବ । ସବୁ ଯୁବକ ଏହା ପାଇବେ, ପ୍ରଦର୍ଶନ ଭଲ ରହିଲେ କାର୍ଡର ଲେବୁଲ ବଢିବ । ଏହି କାର୍ଡ ଜରିଆରେ ପ୍ରଦର୍ଶନ ଆଧାରରେ ୱାଇଫାଇ, ଅନଲାଇନ, ଲାଇବ୍ରେରୀ, କୋଚିଂ, ସୁଵିଧା ମିଳିବ । ଗୋଟେ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ । ନୂଆ ଓ ବୃତ୍ତିରେ ଇଣ୍ଟନସିପ ସୁବିଧା ସାମଗ୍ରିକ ବିକାଶ ପାଇଁ କରାଯିବ । ଯୁବକ ମାନଙ୍କର ଆଗକୁ ବଢିବାର ଲକ୍ଷ୍ୟ ରହିଛି । ଏହାକୁ ସାଧନ କରିବାକୁ ରଣର ଆବଶ୍ୟକତା ରହିଛି । ତେଣୁ ଇସ୍ତାହାରରେ ଋଣ ଛାଡ଼ କଥା ଅଛି, ମଧ୍ୟବିତ ଓ ଗରିବଙ୍କ ଶିକ୍ଷା ପାଇଁ ଏହା ଫାଇଦା ଦେବ । ନୂଆ ଓ ପ୍ରତିଯୋଗିତା ସବୁବେଳେ ଚାଲିବ, ଛାତ୍ରଛାତ୍ରୀଙ୍କ ପାଇଁ ପରିବହନ ଟିକେଟରେ ରିହାତି, ନୂଆ ଓ ବୃତ୍ତି ଛାତ୍ରୀଙ୍କ ପାଇଁ ୧୪ ହଜାର ଓଁ ଛାତ୍ରଙ୍କ ପାଇଁ ୧୨ ହଜାରକୁ ବୃଦ୍ଧି ହେବ । ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର ଖୋଲିବ । ୨ ଲକ୍ଷ ସରକାରୀ ଚାକିରୀ ମିଳିବ । ସ୍ୱୟଂ ଯୋଜନାରେ ଋଣ ୧ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯିବ । ଯାହା ବିଜେପିକୁ ନିରୁତ୍ସାହିତ କରିଛି । ଷ୍ଟାର୍ଟଅପର ନୂଆ ଜ୍ଞାନ କୌଶଳ ଓଡ଼ିଶାକୁ ଆସିବ ।

ଏସବୁ ବାଦ୍ ଯୁବକ ମାନଙ୍କ ସାମଗ୍ରିକ ବିକାଶ ପାଇଁ କ୍ରୀଡାକ୍ଷେତ୍ରର ବିକାଶ ହେବ । କ୍ରୀଡା ବଜେଟ ୧୨ ଗୁଣ ବଢିବ । କ୍ରୀଡାକୁ ନେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପରିଚୟ ଯେଉଁଭଳି ସୃଷ୍ଟି କରିଛନ୍ତି ତାହା ସଂସଦରେ ଵି ପ୍ରଶଂସା ପାଉଛି । ଓଡ଼ିଶାରେ କ୍ରୀଡା କୋଚିଂ ଭଲ ମିଳୁଛି. କ୍ରୀଡାକ୍ଷେତ୍ରରେ ଆସିଛି ବୈପ୍ଲବିକ ପରିବର୍ତନ । ବ୍ୟକ୍ତିତ୍ୱ ବିକାଶରେ କ୍ରୀଡାର ବଡ଼ ଭୂମିକା ରହିଛି ବୋଲି କହିଛନ୍ତି ଅମର ପଟ୍ଟନାୟକ ।

ଯୁବକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଣିଥିବା ଇସ୍ତାହାର ଯେବେ କାର୍ଯ୍ୟକାରୀ ହେବ, ତାହାକୁ ଜାତୀୟ ଦଳ ଅନୁକରଣ କରିବା ସହ ଲାଗୁ କରିବ । ମଧ୍ୟବିତ୍ତଙ୍କ ଟଙ୍କା ବିଜୁଳି ବିଲରେ ଯାଉଥିଲା, ହେଲେ ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ବିଜେପିର ନିଦ ହଜେଇ ଦେଇଛି । ବିଏସକେୱାଇ ନବୀନ କାର୍ଡ ମଧ୍ୟବିତ୍ତଙ୍କ ବାଧା ଦୂର କରିବ । ସରକାରୀ କର୍ମଚାରୀଙ୍କ ସହ ସମସ୍ତେ ଏହାର ଲାଭ ପାଇବେ । ମିଶନ ଶକ୍ତି ମାଆଙ୍କ ପାଇଁ ପେନସନ । ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଜୁନ ୯ ରେ ଷଷ୍ଠ ଥର ସରକାର ଗଢିବା ପରେ ମୁଖ୍ୟମନ୍ତ୍ରୀ ଦସ୍ତଖତ ମାରିବା ସହ ଏହାକୁ ପୂରା କରିବେ ବୋଲି କହିଛନ୍ତି ଅମର ପଟ୍ଟନାୟକ ।