ପାରାଦୀପରେ କିଏ ଭାଙ୍ଗିଲା ନେହେରୁ ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ? ଅବହେଳିତ ଅବସ୍ଥାରେ ପଡିବା ନେଇ ତୀବ୍ର ପ୍ରତିକ୍ରିୟା

146

କନକ ବ୍ୟୁରୋ: ପାରାଦୀପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ସହ ଅବହେଳିତ ଭାବରେ ପଡିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପାରାଦୀପ ବାଲିପ୍ଲଟରେ କଳିଙ୍ଗ କର୍ଣ୍ଣଧାର ଅଫିସର ଛାତ ଉପରେ ୨୦୦୩ ମସିହାରେ ଏହି ଦୁଇ ନେତାଙ୍କ ପ୍ରତିମୂର୍ତିକୁ ଉନ୍ମୋଚନ କରାଯାଇଥିଲା । ଏହାସହ ଥିଲା ସ୍ଥାନୀୟ ରାଜା ସ୍ୱାଧୀନତା ସଂଗ୍ରାମୀ ବୀରବର ସାମନ୍ତଙ୍କ ପ୍ରତିମୂର୍ତି । ଏକ ଡଙ୍ଗାରେ ଏହି ୩ ଜଣଙ୍କ ପ୍ରତିମୂର୍ତ୍ତି ଥିଲା । କିନ୍ତୁ ଅଫିସ ପୁରୁଣା ହୋଇଯାଇଥିବାରୁ ମୂର୍ତ୍ତିଗୁଡିକୁ କାଢି ଅଫିସ ଆଗରେ ସ୍ଥାପନ କରିବାକୁ ନିଷ୍ପତି ହୋଇଥିଲା । ତେବେ ୩ ମହଲାରୁ ଏହି ପ୍ରତିମୂର୍ତିକୁ କଢାଯାଇ ଛାତ ଉପରେ ଅବହେଳିକ ଅବସ୍ଥାରେ ରଖାଯିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ମାମଲା ଏବେ ଥାନାକୁ ଯାଇଛି ପାରାଦ୍ୱୀପ ବିଜେଡି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଏଥିରେ ଦାବି କରାଯାଇଛି । ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଏହା ପଛରେ ଜଣେ ବିଜେପି ନେତାଙ୍କ ହାତ ଅଛି ବୋଲି ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ କଂଗ୍ରେସ ବି ଏ ନେଇ ପ୍ରତିକ୍ରିୟା ରଖିଛି ।