ବଢ଼ିଲା ସଲମାନ ଖାନଙ୍କ ସୁରକ୍ଷା: ଦୁବାଇରୁ ଆସିଲା ହାଇଟେକ୍ ‘ଏସୟୁଭି’ କାର, ବୁଲେଟଫ୍ରୁପ କାର ରହିଛି ଅତ୍ୟାଧୁନିକ ସୁବିଧା

1,722

କନକ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ । କେବେ ବିଦେଶରୁ ଧମକପୂର୍ଣ୍ଣ କଲ ଆସୁଛି ତ ପୁଣି କେବେ ଜେଲରେ ରହି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋୟୀ ଦେଉଛି ଜୀବନରୁ ମାରିଦେବାକୁ ଧମକ । ଲଗାତାର ଏଭଳି ହତ୍ୟା ଧମକ ପାଇବା ପରେ ଭାଇଜାନ ଟିକେ ସର୍ତକ ହୋଇପଡିଛନ୍ତି । ଦୁବାଇରୁ ମଗାଇଛନ୍ତି ନିଶାନ ପାଟ୍ରୋଲ ଏସୟୁଭି ଗାଡି । ଯେଉଁଥିରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ରହିଛି । ଏହି ନୂଆ ଗାଡ଼ି ଭାରତରେ ଉପଲବ୍ଧ ହୋଇନଥିବାରୁ ଦୁବାଇରୁ ଏହି ଗାଡି କିଣିଛନ୍ତି । ଏହା ପୂର୍ବରୁ ତାଙ୍କ ପାଖରେ ଏକ ଟୋୟୋଟା ଲ୍ୟାଣ୍ଡ କ୍ରୁଜର ମଧ୍ୟ ରହିଛି । ସଲମାନଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି । ଦକ୍ଷିଣ ଏସୀୟ ବଜାରରେ ଏହା ଖୁବ୍ ଲୋକପ୍ରିୟ ଏସୟୁଭି ।

ସଲମାନଙ୍କ ସୁରକ୍ଷା କବଚ ‘ଏସ୍ୟୁଭି’
– ବୁଲେଟପ୍ରୁଫ ନିଶାନ ପାଟ୍ରୋଲ ଏସୟୁଭି ଗାଡ଼ି
– ଗୁଳି ଚାଳନା ହେଲେ ବି-୭ ସ୍ତରୀୟ ସୁରକ୍ଷା ଯୋଗାଏ
– ସ୍ନାଇପର ରାଇଫଲ୍ସ ବି କୌଣସି କ୍ଷତି କରିପାରିବନି
– ଚାରିପଟେ ବୁଲେଟପ୍ରୁଫ କାଚ ଲାଗିଛି
– ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ହୋଇଥିବା ଅନୁମାନ
– ଦୁବାଇରୁ କିଣାଯାଇଛି ଏହି ଏସୟୁଭି
– ଏହି ସ୍ପେଶାଲ ଏଡିସନ୍କୁ ସୁରକ୍ଷା ଦୃଷ୍ଟିରୁ ନିର୍ମାଣ କରାଯାଇଛି

ସୂଚନା ଅନୁସାରେ ଏହି ଅତ୍ୟାଧୁନିକ କାର ଭାରତୀୟ ବଜାରରେ ଲଂଚ ହୋଇନି । ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ସ୍ୱତନ୍ତ୍ରଭାବେ ଦୁବାଇରୁ ଅଣାଯାଇଛି । କିଛି ବର୍ଷ ହେବ ସଲମାନଙ୍କୁ ଗ୍ୟାଙ୍ଗଷ୍ଟରଙ୍କଠୁ ବାରମ୍ବାର ହତ୍ୟା ଧମକ ମିଳୁଛି । ବିଶେଷ କରି ହାର୍ଡକୋର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଏକାଧିକାବାର ସଲମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦଉଛି । ମାର୍ଚ୍ଚ ୧୬ରେ ଇମେଲ କରି ଧମକ ଦେବା ପରେ ଏବେ ସଲମାନ ନିଜ ସୁରକ୍ଷା ପାଇଁ ଏହି ଅତ୍ୟାଧୁନି କାର ଆଣିଛନ୍ତି ।