ଚର୍ଚ୍ଚାରେ ବେଙ୍ଗାଲୁରୁର ଠକ ବର: ପରିଚୟ ଓ ବେଶ ବଦଳାଇ ୧୦ ବର୍ଷରେ କରିଛି ୧୫ ବିବାହ

345

କନକ ବ୍ୟୁରୋ: ଚର୍ଚ୍ଚାରେ ଠକ ବର । ବେଶ ଓ ପରିଚୟ ବଦଳାଇ କରୁଥିଲା ବିବାହ । କେବେ ଡ଼ାକ୍ତର, କେବେ ଇଂଜିନିୟର ସାଜି ବିବାହ କରୁଥିଲେ । ଏଭଳି ଏକ ଚାଂଚଲ୍ୟକର ଖବର ଆସିଛି ବେଙ୍ଗାଲୁରରୁ । ବେଙ୍ଗାଲୁରର ମହେଶ କେବି ନାୟକ, ମାଟ୍ରିମୋନିରେ ଫର୍ଜି ଆକାଉଁଟ କରି ଶିକ୍ଷିତା, ହାଇପ୍ରୋଫାଇଲ ଓ ସୁନ୍ଦରୀ ମହିଳା, ଝିଅଙ୍କୁ ଟାର୍ଗେଟ କରୁଥିଲେ । ମିଠାମିଠା କଥା କହି ଫଶାଉଥିଲେ ଓ ବିବାହ କରି ଟଙ୍କା, ଗହଣା ନେଇ ଫେରାର ହେଉଥିଲେ । କାହାକୁ କିଛି ସହେନ୍ଦ ଯେପରି ନହୁଏ ତେଣୁ ନକଲି କ୍ଲିନିକ ଖୋଲିବା ସହ କିଛି କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲେ ଅଭିଯୁକ୍ତ ମହେଶ । ତେବେ ଜଣେ କି ଦୁଇଜଣ ନୁହେଁ ୧୦ବର୍ଷ ଭିତରେ ମହେଶ ପ୍ରାୟ ୧୫ଜଣଙ୍କୁ ବିବାହ କରିଛି । ଚଳିତବର୍ଷ ୧୫ ନମ୍ବର ବିବାହ କରିଥିିଲେ ମହେଶ । ଅଭିଯୁକ୍ତର କାର୍ଯ୍ୟକଳାପକୁ ନେଇ ତାଙ୍କ ସ୍ତ୍ରୀଙ୍କ ମନରେ ସହେନ୍ଦ ସୃଷ୍ଟି ହୋଇଥିଲା । ପରେ ସେ ପୁଲିସର ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ମହୀସୁର ପୋଲିସ ଏକ ଟିମ ଗଠନ କରି ମହେଶକୁ ଧରିବା ପାଇଁ ଜାଲ ବିଛାଇଥିଲ । ୨୧ଦିନର ମିଶନ ପରେ ଶେଷରେ ପୁଲିସ ଗିରଫକୁ ଆସିଥିଲା ଅଭିଯୁକ୍ତ । ଠକ ବର ମହେଶଙ୍କ ମୋଟ ୧୫ଟି ସ୍ତ୍ରୀ ଓ ୪ଟି ସନ୍ତାନ ରହିଛନ୍ତି । ତାଙ୍କ କାର୍ଯ୍ୟକଳାପ ସହେନ୍ଦ ହେବା ପରେ ୧୫ଜଣ ସ୍ତ୍ରୀଙ୍କ ମଧ୍ୟରୁ କିଛି ମହେଶଙ୍କ ସତ୍ୟତା ଜାଣିବାକୁ ପାଇଥିଲେ । ତେବେ ଲୋକ ଲଜ୍ୟାରେ ସାମ୍ନାକୁ ନଆସି ଚୁପ ରହିଥିବା କୁହାଯାଉଛି ।