ଚଣ୍ଡିଖୋଲ ସଭାମଞ୍ଚରେ ଭାଷଣ ଦେଉଥିବାବେଳେ ହାତରେ ପେଂଟିଂ ଧରିଥିବା ଦୁଇ ପିଲାଙ୍କୁ ଉପରେ ପଡିଥିଲା ପ୍ରଧାନମନ୍ତ୍ରୀଙ୍କ ନଜର: ମାଗିଲେ ଠିକଣା, କହିଲେ ପଠାଇବେ ଚିଠି

1,977

କନକ ବ୍ୟୁରୋ: ଚଣ୍ଡିଖୋଲ ସଭାସ୍ଥଳରେ ଖଚାଖଚ ଭିଡ ଥାଏ । ହଜାର ହଜାର ଲୋକଙ୍କ ଭିତରେ ଅଭିଭାଷଣ ରଖୁଥାନ୍ତି ପ୍ରଧାନମନ୍ତ୍ରୀ । ଚାରିଆଡକୁ ନଜର ରଖିଥାନ୍ତି ମୋଦୀ । ଆଉ ଏତିକି ବେଳେ ଭିଡ ଭିତରେ ତାଙ୍କ ନଜରକୁ ଆସନ୍ତି ୨ ଜଣ ପିଲା । ଯାହାଙ୍କୁ ଦେଖି ଅଟକି ଯାଏଁ ମୋଦୀଙ୍କ ଭାଷଣ । କାହିଁକି ଅଚାନକ୍ ଅଟକି ଗଲେ ମୋଦୀ, ବେଶ ଉତ୍ସାହର ସହ ଲୋକମାନେ ଜାଣିବାକୁ ଚାହୁଁଥିବା ବେଳେ ଦୁଇ ଜଣ ପିଲାଙ୍କୁ ଦେଖାଇ ସୁରକ୍ଷାକର୍ମୀଙ୍କୁ କହିଲେ, ସେମାନେ ଧରିଥିବା ଚିତ୍ରକୁ ଆଣ । ଏବଂ ତା ପଛରେ ସେମାନଙ୍କ ଠିକଣା ଲେଖ । ଏହାସହ ଓଡିଶାକୁ କଳାର କ୍ଷେତ୍ର କହି ପ୍ରଶଂସା କରିବା ସହ ଦୁଇ ଛାତ୍ରୀଙ୍କୁ ଚିଠି ଲେଖି ଉତର ଜଣାଇବେ ବୋଲି ମଂଚ ଉପରୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ସାଧାରଣ ଘଟଣାକୁ କେମିତି ସ୍ୱତନ୍ତ୍ର କରିଦିଆଯାଏ, ସେ କଳା ହୁଏତ ପ୍ରଧାନମନ୍ତ୍ରୀଙ୍କୁ ବେଶ ଭଲଭାବେ ଜଣା । ସଭା ମଂଚରୁ ସଂପର୍କ ଯୋଡିବା, ଲୋକଙ୍କ କାମକୁ ପ୍ରଶଂସା କରିବା ଏବଂ ସେମାନଙ୍କ ଭିତରେ ସେ ନିଜେ ଜଣେ ବୋଲି ବାର୍ତା ଦେବାକୁ ହୁଏତ ଚଣ୍ଡିଖୋଲ ସଭାରେ ଉଦ୍ୟମ କରିଛନ୍ତି ମୋଦୀ ।