କନକ ନ୍ୟୁଜ ମହାପ୍ରଭାବ: ଖବର ବାଜିଲା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଫ୍ୟାନ ଲାଗିଲା

181

କନକ ବ୍ୟୁରୋ: କନକ ନ୍ୟୁଜ ପ୍ରଭାବ । ଖବର ବାଜିଲା ଡାକ୍ତରଖାନାରେ ଫ୍ୟାନ ଲାଗିଲା । ଗତକାଲି ସଂଧ୍ୟା ୬ଟାରେ ଖବର ପ୍ରସାରଣ ହୋଇଥିଲା, ଆଜି ସକାଳୁ ଡାକ୍ତରଖାନାରେ ଫ୍ୟାନ ଲଗାଗଲା । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଆଜି ୧୨୫ଟି ଫ୍ୟାନ ଲଗାଯାଇଛି । ଖରା ଦିନେ ଡାକ୍ତରଖାନାରେ ରୋଗୀ ହଇରାଣ ହେଉଥିବା ବେଳେ ଫ୍ୟାନ କୁଆଡେ ଗାଏବ ହୋଇଯାଇଥିଲା । ଏସି ମଧ୍ୟ ଅଚଳ ହୋଇଯାଇଛି । ରୋଗୀମାନେ ଡାକ୍ତରଖାନାରେ ଆଡମିସନ୍ ହୋଇ ରହିଲେ, ସାଥିରେ ଫ୍ୟାନ ଧରି ଆସୁଛନ୍ତି । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଭଳି ଅବସ୍ଥା ସଂପର୍କରେ ଗତକାଲି କନକ ନ୍ୟୁଜରେ ପ୍ରସାଣ ହୋଇଥିଲା । ତେବେ ଖବର ପ୍ରସାରଣର ମାତ୍ର କେଇ ଘଂଟା ପରେ ତତ୍ପରତା ପ୍ରକାଶ କଲେ ମେଡିକାଲ କର୍ତୃପକ୍ଷ । ଏବଂ ଆଜି ସକାଳୁ ସକାଳୁ ଡାକ୍ତରଖାନାରେ ଲଗାଇଲେ ଫ୍ୟାନ ।