ଫାଶୀଦଣ୍ଡର ବିକଳ୍ପ କ’ଣ? କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ…

94

କନକ ବ୍ୟୁରୋ: ଫାଶୀ ଦଣ୍ଡକୁ ବନ୍ଦ କରି ଆଉ କଣ ବିକଳ୍ପ ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଇପାରେ । କମ୍ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ ଫାଶୀର ବିକଳ୍ପ ଭାବରେ ଯେଉଁ ସବୁ ପଦ୍ଧତି ରହିଛି ସେ ସମ୍ପର୍କରେ କେନ୍ଦ୍ର ସରକାର ରିପୋର୍ଟ ଉପସ୍ଥାପନ କରିବେ । ତେଣୁ ଚର୍ଚ୍ଚା ହେଉଛି ଜଘନ୍ୟ ଅପରାଧ ପାଇଁ ୧୮୮୮ରୁ ଦେଶରେ କାର୍ଯ୍ୟକାରୀ ହେଉଥିବା ଫାଶୀ ଦଣ୍ଡାଦେଶ କଣ ବନ୍ଦ ହୋଇଯିବ? ମାମଲାର ପରବର୍ତୀ ଶୁଣାଣି ମେ’ ୨ ତାରିଖରେ ହେବ । କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପରେ ସ୍ପଷ୍ଟ ହେବ- ଫାଶୀ ଦଣ୍ଡାଦେଶର ଭାଗ୍ୟ କ’ଣ ହେବ? ବିକଳ୍ପ ବାବଦରେ ବିଚାର ପାଇଁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିପାରନ୍ତି । ଆମ ଦେଶରେ ଆଜିଯାଏ ୧୭୪ ଜଣଙ୍କୁ ଫାଶୀ ଦିଆଯାଇଛି ।

କାହାକୁ ଦିଆଯାଇଛି ଫାଶୀ?

– ଶେଷଥର ପାଇଁ ୨୦୨୦ରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା

–  ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୟାକୁବ ମେମନକୁ ୨୦୧୫ରେ ଦିଆଯାଇଥିଲା ଫାଶୀ

– ୨୦୧୩ ଫେବୃଆରୀ ୯ରେ ସଂସଦ ଆକ୍ରମଣ ଘଟଣାରେ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିଲା

– ୨୦୧୨ ନଭେମ୍ବର ୨୧ରେ ଫାଶୀଖୁଣ୍ଟରେ ଝୁଲିଥିଲା ଆତଙ୍କବାଦୀ ଅଜମଲ କସାବ

– ଓଡ଼ିଶାରେ ଶେଷ ଥର ପାଇଁ ୧୯୯୪ରେ ଫାଶୀଖୁଂଟରେ ଝୁଲିଥିଲେ ଲକ୍ଷ୍ମଣ ନାଏକ 

ପୂର୍ବତନ ଜେଲ ସୁପରିନଟେଣ୍ଡେଣ୍ଟଙ୍କ ମତରେ ଫାଶୀ ଦଣ୍ଡାଦେଶ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିପାରିବ । ହେଲେ ଏହାକୁ ଅମାନବୀୟ ଓ ବର୍ବର ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୠଷି ମାଲହୋତ୍ରା ନାମକ ଜଣେ ଆଇନଜୀବୀ ।

ଆମ ଦେଶ ପରି ପାକିସ୍ତାନ, ଜାପାନ, ସିରିୟା, ବାଂଲାଦେଶ, ଇରାନ, ମାଲେସିଆ ଓ ସିଙ୍ଗାପୁର ଆଦି ଦେଶରେ ଫାଶୀ ଦଣ୍ଡାଦେଶ ରହିଛି । ହେଲେ ଆଉକିଛି ଦେଶରେ ଫାଶୀଠାରୁ ମଧ୍ୟ ଅଧିକ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଛି ।

ମୃତ୍ୟୁଦଣ୍ଡ: କେଉଁ ଦେଶରେ କେମିତି?

– ବ୍ରାଜିଲ୍ରେ ମୃତ୍ୟୁ ଦଣ୍ଡ ପାଇଲେ ଗୁଳି କରାଯାଏ

– ଚୀନ୍ରେ ଲେଥାଲ୍ ଇଞ୍ଜେକ୍ସନ୍ ଦିଆଯାଏ

– ସାଉଦି ଆରବରେ ମୃତ୍ୟୁଦଣ୍ଡ ପାଇଁ ମୁଣ୍ଡକାଟ କରାଯାଏ

– ଜର୍ମାନୀରେ ଦୋଷୀଙ୍କୁ ଜୀବନ୍ତ ପୋତି ଦିଆଯାଏ

– ଆମେରିକାରେ ମୃତ୍ୟୁ ପାଇଁ ଇଲେକ୍ଟ୍ରିକ ଚେୟାର ବ୍ୟବହାର ହୁଏ

– ଇଂଲଣ୍ଡରେ ଜୀବନ୍ତ ଜାଳି ଦେବା ପରି ଜଘନ୍ୟ ବ୍ୟବସ୍ଥା ରହିଛି