ଭୁମିକମ୍ପରେ ଥରିଲା ପାକିସ୍ତାନ, ଭୂମିକମ୍ପ ଝଟକାରେ ଦୋହଲିଲା ଆଫଗାନିସ୍ତାନ

155

କନକ ବ୍ୟୁରୋ : ପାକିସ୍ତାନ, ଆଫଗାନିସ୍ତାନରେ ଭୁମିକମ୍ପ ଝଟକା । ଇସଲାମାବାଦ, ଲାହୋର ,ରାବଲପିଣ୍ଡି , ସିଆଲକୋଟ ଓ ପେଶାୱର ସମେତ ଆଫଗାନିସ୍ତାନ, କାଜାକିସ୍ତାନ ଓ ଚୀନ୍ରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁ ପାକିସ୍ତାନର ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଆଫଗାନିସ୍ତାନର ମଧ୍ୟ ୪ ଜଣଙ୍କ ଜୀବନ ଯିବାସହ ବ୍ୟାପକ କ୍ଷତିର ସାମନା ମଧ୍ୟ କରିଛି । ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରୁ କିଛି ଦୃଶ୍ୟ ଆସିଛି ଯାହା ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେଇଛି । ପାକିସ୍ତାନର ଟିଭି ଚ୍ୟାନେଲ୍ର ଜଣେ ଆଙ୍କର ଲାଇବ୍ ପ୍ରୋଗ୍ରାମ ଚାଲିଥିବାବେଳେ ଭୁମିକମ୍ପ କୁ ଅନୁଭବ କରିବା ପରେ ମଧ୍ୟ ଖବର ପରିବେଷଣ କୁ ବନ୍ଦ କରିନଥିଲେ । ଭିଡିଓରେ ଦେଖିବାକୁ ମିଳିଛି କି କିପରି ନ୍ୟୁଜରୁମରେ ଟିଭି ସ୍କ୍ରିନ୍ ଓ ଅନ୍ୟାନ୍ୟ ଉପକରଣ ଦୋହଲୁଛି ।

ଉତର ଭାରତରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ-ଏନସିଆର ସମେତ ପଞ୍ଜାବ, ହରିୟାଣା,ଜୟପୁର ,ଜାମ୍ମୁକାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରାୟ ୨ ମିନିଟ ଧରି ଏହାର କମ୍ପନ ଦିଲ୍ଲୀ ଏନସିଆର ଅଞ୍ଚଳରେ ଲୋକେ ଅନୁଭବ କରିଛନ୍ତି । ଲକ୍ଷ ଲକ୍ଷ ଲୋକ ଘରୁ ଭୟରେ ଖୋଲା ସ୍ଥାନକୁ ଚାଲିଆସିଥିଲେ । ତେବେ ଜର୍ମାନୀର ରିସର୍ଚ କେନ୍ଦ୍ର ଜିଓସାଇନ୍ସ ଅନୁସାରେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୬ ବୋଲି ଆକଳନ କରାଯାଇଛି । ଜାମ୍ମୁ-କାଶ୍ମୀରରେ ବି ଭୂମିକମ୍ପର ତୀବ୍ରତା ଅନୁଭୂତ ହୋଇଛି । ଜାମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାର ଏକ ଡାକ୍ତରଖାନାରେ ଡାକ୍ତର ମାନେ ତତ୍ପର ରହି ଏକ ଶିଶୁ ପ୍ରସବ କରାଇଛନ୍ତି ।