ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖେନୀୟ ଅବଦାନ ପାଇଁ ୧୦୬ଜଣ ବ୍ୟକ୍ତିଙ୍କୁ ମିଳିଳା ପଦ୍ମ ସମ୍ମାନ । ମୋଟ ୧୦୬ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

109

କନକ ବ୍ୟୁରୋ : ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ବୁଧବାର ରାଷ୍ଟ୍ରପତି ଭବନ ପରିସରରେ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି । ବର୍ଷ ୨୦୨୩ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିିଭିନ୍ନ କ୍ଷେତ୍ରରେ ଉଲ୍ଲେଖେନୀୟ ଅବଦାନ ପାଇଁ ୧୦୬ ଜଣଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ୬ ଜଣଙ୍କୁ ପଦ୍ମ ବିଭୁଷଣ , ୯ ଜଣଙ୍କୁ ପଦ୍ମଭୁଷଣ , ଓ ୯୧ ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ସେହିପରି ପୁରଷ୍କାର ପାଇଥିବା ଚେହେରା ମଧ୍ୟରେ ୧୯ ଜଣ ମହିଳା ଅଛନ୍ତି । ବାସ୍ତୁକଳା କ୍ଷେତ୍ରରେ ଗୁଜରାଟର ଲୋକପ୍ରିୟ ଆର୍କିଟେକଚର୍ ବାଲକ୍ରିୃଷ୍ଣ ଦୋଷୀଙ୍କୁ ଓ ବରିଷ୍ଠ ରାଜନେତା ସୋମନହଲ୍ଲି ମଲ୍ଲୟ୍ୟ କ୍ରୃଷ୍ଣଙ୍କୁ ଲୋକକାଯ୍ୟ କ୍ଷେତ୍ର ପାଇଁ ପଦ୍ମ ବିଭୁଷଣଙ୍କୁ ମିଳିଛି । ସେହିପରି ଆଦିତ୍ୟ ଗ୍ରୁପର ଚେୟାରମ୍ୟାନ୍ ଶ୍ରୀ କୁମାର ମଙ୍ଗଲମ୍ ବିରଲାଙ୍କୁ ବ୍ୟବସାୟ କ୍ଷେତ୍ର ପାଇଁ ପଦ୍ମଭୁଷଣ , ମହାରାଷ୍ଟ୍ର ଲୋକପ୍ରିୟ ଗାୟିକା ସୁମନ କଲ୍ୟାଣପୁରଙ୍କୁ ପଦ୍ମଭୁଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।