ଯୁବପୀଢ଼ିଙ୍କୁ କ’ଣ ଦରକାର : ଚାକିରି ନା’ ଭତା ?

154

କନକ ବ୍ୟୁରୋ : ବେକାରୀଙ୍କୁ କ’ଣ ଦରକାର? ଚାକିରି ନା’ ଭତା । ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ଗତକାଲି ପଡୋଶୀ ଛତିଶଗଡ଼ ସରକାର ବେକାରୀଙ୍କୁ ୨୫ଶହ ଟଙ୍କା ବେକାରୀ ଭତା ଦେବାକୁ ଘୋଷଣା କରିଛନ୍ତି । ବେକାରୀଙ୍କୁ ଭତା ଦେବା ପାଇଁ ପୂର୍ବରୁ ପ୍ରତିଶ୍ରୁତି ବି ଦେଇଥିଲେ ।

ଏପଟେ ଆଉ ଏକ ପଡୋଶୀ ରାଜ୍ୟ ତେଲେଙ୍କାନାରେ ଯୁବକ-ଯୁବତୀଙ୍କୁ ନିଯୁକ୍ତି ବା ଚାକିରି ଦେବା ପାଇଁ ନୂଆ ନୂଆ ପଦକ୍ଷେପ ନେଉଛନ୍ତି । ସୂଚନା ଅନୁସାରେ ତାଇବାନର ଇଲୋକଟ୍ରୋନିକ୍ସ କଂପାନୀ ଫକ୍ସକନ୍ ଗ୍ରୁପ୍, ତେଲେଙ୍ଗାନାରେ ଏକ ନିର୍ମାଣ ୟୁନିଟ୍ ଖୋଲିବାକୁ ଯାଉଛି । ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ,ଚନ୍ଦ୍ରଶେଖର ରାଓ ଏନେଇ ସୂଚନା ଦେଇଛନ୍ତି । ଏହି ମନ୍ୟୁଫେକଚରିଂ ୟୁନିଟ କାର୍ଯ୍ୟକାରୀ ହେଲେ, ଏକ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାର ସଂଭାବନା ରହିଛି । ଦୁଇଟି ରାଜ୍ୟର ଦୁଇଟି ନିଷ୍ପତିକୁ ନେଇ ଏବେ ଚର୍ଚ୍ଚା । ବେକାରୀଙ୍କୁ ଦରକାର କ’ଣ? ଚାକିରି ନା ବେକାରୀ ଭତା