ନାସା ଖୋଜିଲା ନୂଆ ଗ୍ରହ : ପୃଥିବୀ ଠାରୁ ୪ ଗୁଣା ବଡ଼ ଗ୍ରହ ସନ୍ଧାନ କରିଥିବା ଦାବି

217

କନକ ବ୍ୟୁରୋ : ବେଳେ ବେଳେ ମନରେ ପ୍ରଶ୍ନ ଆସେ ଯେ ପୃଥିବୀ ବ୍ୟତୀତ ଦୁନିଆର ଆଉ କେଉଁଠି ଜୀବନ ଅଛି କି ? ଏହି ପ୍ରଶ୍ନର ଉତ୍ତର ବୈଜ୍ଞାନିକଙ୍କ ପାଖରେ ନାହିଁ । ସେମାନଙ୍କ ପାଖରେ କେବଳ ଏ ସମ୍ବନ୍ଧିତ ଥିଓରୀ ଅଛି । କିନ୍ତୁ ଏବେ ପୃଥିବୀ ଭଳି ଏକ ଗ୍ରହର ସନ୍ଧାନ ହୋଇଥିବା ଦାବି କରିଛି ଆମେରିକା ମହାକାଶ ଏଜେନ୍ସି ବା ନାସା ।

ବୈଜ୍ଞାନିକମାନେ ଏପରି ଏକ ଗ୍ରହର ସନ୍ଧାନ ପାଇଛନ୍ତି, ଯାହା ପୃଥିବୀ ଠାରୁ ଚାରିଗୁଣା ବଡ଼ ବୋଲି ନାସା ଦାବି କରିଛି । ଏହାକୁ ସୁପର ଆର୍ଥ କୁହାଯାଉଛି । ସୁପର ଆର୍ଥର ବୈଜ୍ଞାନିକ ନାଁ ରସ୍ ୫୦୮ବି ରଖାଯାଇଛି । ଏହି ଗ୍ରହକୁ ପୂରା ଏକ ବର୍ଷ ପୂରଣ କରିବାକୁ ମାତ୍ର ୧୦ ଦଶମିକ ୮ ଦିନ ସମୟ ଲାଗେ । ଏହି ଏକ୍ସପୋପ୍ଲାନେଟକୁ ଏକ ନୂଆ ଇନଫ୍ରାରେଡ୍ ମନିଟରିଂ ଟେକନିକ୍ ବ୍ୟବହାର କରି ଆବିଷ୍କାର କରାଯାଇଛି । ଏହା ଆମଠାରୁ ୩୭ ଆଲୋକବର୍ଷ ଦୂରରେ ଅବସ୍ଥିତ । ଏହା ସୌର ମଣ୍ଡଳ ବାହାରେ ତାରାକୁ ପରିକ୍ରମା କରୁଛି ।

ନାସା ଖୋଜିଲା ନୂଆ ଗ୍ରହ
ପୃଥିବୀ ବାହାରେ ଜୀବନ ?

– ମହାକାଶରେ ମିଳିଲା ପୃଥିବୀ ଠାରୁ ଚାରିଗୁଣା ବଡ଼ ଗ୍ରହ
– ଏହାକୁ ‘ସୁପର ଆର୍ଥ’ ବୋଲି କୁହାଯାଉଛି
– ସୁପର ଆର୍ଥର ବୈଜ୍ଞାନିକ ନାଁ ‘ରସ୍ ୫୦୮-ବି’ ରଖାଯାଇଛି
– ଏହି ଗ୍ରହରେ ଗୋଟିଏ ବର୍ଷ ପୂରଣ ପାଇଁ ମାତ୍ର ୧୦ ଦଶମିକ ୮ ଦିନ ଲାଗିଥାଏ
– ଏହା ସୌର ମଣ୍ଡଳ ବାହାରେ ତାରାକୁ ପରିକ୍ରମା କରୁଛି
– ଏଭଳି ଗ୍ରହକୁ ‘ଏକ୍ସୋପ୍ଲାନେଟ୍’ କୁହାଯାଏ
– ଏହି ‘ଏକ୍ସୋପ୍ଲାନେଟ୍’ ପୃଥିବୀ ଠାରୁ ୩୭ ଆଲୋକବର୍ଷ ଦୂରରେ ଅବସ୍ଥିତ
– ପୃଥିବୀ ଯେମିତି ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମା କରେ
– ଠିକ୍ ସେମିତି ‘ସୁପର-ଆର୍ଥ’ ମଧ୍ୟ ଏମ୍ ପ୍ରକାରର ତାରାର ପରିକ୍ରମା କରୁଛି
– ଏମ୍ ପ୍ରକାରର ତାରା ହେଉଛି ଏକ ସାଧାରଣ ତାରା
– ଯାହା ସୂର୍ଯ୍ୟଙ୍କ ତୁଳନାରେ ବହୁତ ଅଧିକ ଲାଲ୍, ଥଣ୍ଡା ଓ ଅସ୍ପଷ୍ଟ
– ଏମାନଙ୍କୁ ଲାଲ୍ ବାମନ ତାରା ବୋଲି କୁହାଯାଏ
– ସୌରମଣ୍ଡଳର ଚାରିପଟେ ଲାଲ ବାମନ ତାରା ବହୁଳ ମାତ୍ରାରେ ରହିଛିି ଏବଂ ଆକାଶମାର୍ଗରେ ତିନି ଚତୁର୍ଥାଂଶ ତାରା ରହିଛି
– ରସ୍-୫୦୮ବି ନାମକ ଏହି ସୁପର-ଆର୍ଥ ଏହାର ପୃଷ୍ଠଭାଗରେ ଜଳଧାରଣ କରିବାର କ୍ଷମତା ରଖିଥିବା କୁହାଯାଉଛି