ଟିଭି ଦେଖୁଥିବା ଲୋକଙ୍କ ପାଇଁ ବଡ ଖବର । ଫେବୃଆରୀ ପହିଲାରୁ ବଢିବାକୁ ଯାଉଛି ମାସିିକ ରିଚାର୍ଜ ଦର

2,408

କନକ ବ୍ୟୁରୋ : ନୂଆ ବର୍ଷରୁ ଟିଭି ଦେଖିବା ପାଇଁ ଆପଣଙ୍କୁ ଖର୍ଚ୍ଚ କରିବା ପାଇଁ ପଡିବ ଅଧୀକ ଟଙ୍କା । ଜି ଏଣ୍ଟରଟେନମେଣ୍ଟ, ଭାୟାକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀ ସଂସ୍ଥାମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡିକର ମାସିକ ଟାରିଫ୍ ବୃଦ୍ଧି କରି ସାଧାରଣ ଲୋକମାଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହି ଚ୍ୟାନେଲ ଦେଖୁଥିବା ଲୋକମାନଙ୍କ ଏବେ ଅଧିକ ଟଙ୍କାର ରିଚାର୍ଜ କରିବାକୁ ପଡିବ ।

ଭାୟାକମ ୧୮ ଏବଂ ନେଟୱାର୍କ ୧୮ ର ପ୍ରସାରଣ ଶାଖା ଏହାର ଚ୍ୟାନେଲଗୁଡିକର ମାସିକ ଟାରିଫ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାର ନିଷ୍ପତି ନେଇଛି । ଜି ଏଣ୍ଟରଟେନମେଣ୍ଟ ଚ୍ୟାନେଲଗୁଡିକର ହାର ୯ ରୁ ୧୦ ପ୍ରତିଶତ ବୃ୍ଦ୍ଧି କରିଛି ଏବଂ ସୋନି ଚ୍ୟାନେଲ ହାରକୁ ୯ ରୁ ୧୦ ପ୍ରତିଶତ ବୃଦ୍ଧି କରିଛି । ଏବେ ପର୍ଯ୍ୟନ୍ତ ଡିଜ୍ନି ଷ୍ଟାର ତରଫରୁ ଟାରିଫ୍ ବୃଦ୍ଧି ନେଇ କୌଣସି ସୂଚନା ଦିଆଯାଇନାହିଁ ।

ଚ୍ୟାନେଲର ମାସିକ ଟାରିଫ୍ ବୃଦ୍ଧି ହାର ୨୦୨୪ ଫେବୃଆରୀ ପହିଲାରୁ ଲାଗୁ ହେବାକୁ ଯାଉଛି । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ନିୟମ ଅନୁସାରେ ପ୍ରସାରଣକାରୀ ସଂସ୍ଥା ମାନେ ଘୋଷଣା କରିବାର ୩୦ ଦିନ ପରେ ନୂତନ ମୂଲ୍ୟ କାର୍ଯ୍ୟକାରୀ କରିପାରିବେ ।

୨୦୨୪ ହେଉଛି ନିର୍ବାଚନ ବର୍ଷ । ଏହିଭଳି ପରିସ୍ଥିତିରେ ଟ୍ରାଇ ଟିଭି ଚ୍ୟାନେଲର ହାର ବୃଦ୍ଧି କରି ସାଧାରଣ ଲୋକମାନଙ୍କୁ ଅସନ୍ତୁଷ୍ଟ କରିବା ପାଇଁ ଚାହୁଁନାହିଁ । ଭାୟାକମ୍ ୧୮ ଏହାର ଚ୍ୟାନେଲର ହାରକୁ ସର୍ବାଧିକ ବୃଦ୍ଧି କରିଛି । କାରଣ ପୂର୍ବ ବର୍ଷ କମ୍ପାନୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଡିଜିଟାଲ ଅଧୀକାର, ବିସିସିଆଇ ମିଡିଆ ଅଧୀକାର, କ୍ରିକେଟ୍ ଦକ୍ଷିଣ ଆଫ୍ରିକା ମିଡିଆ ଅଧୀକାର ଏବଂ ଅଲିମ୍ପିକ୍ସ ୨୦୨୪ ଭଳି ଅନେକ ପ୍ରମୁଖ କାର୍ଯ୍ୟକ୍ରମର ଅଧୀକାର କ୍ରୟ କରିଛି । ଏଥିପାଇଁ କମ୍ପାନୀ ୩୪,୦୦୦ କୋଟି ଟଙ୍କା ବିନିଯୋଗ କରିଛି । ରାଶିର କ୍ଷତିପୂରଣର ଦେବା ପାଇଁ ଚ୍ୟାନେଲ ଗୁଡିକର ହାରକୁ ବୃଦ୍ଧି କରିଛି କମ୍ପାନୀ । ଏହା ବ୍ୟତୀତ ଡିଜି୍ନ ଏହି ବର୍ଷ ଆଇସିସିର ପ୍ରସାରଣ ଅଧିକାର ହାସଲ ମଧ୍ୟ କରିଛି । ଏହିଭଳି ପରିସ୍ଥିତିରେ କମ୍ପାନୀ ବର୍ଦ୍ଧିତ ହାର ମାଧ୍ୟମରେ କ୍ଷତି ଭରଣା କରିବାକୁ ଚେଷ୍ଟା କରିଛି ।