ଏହି କୁକୁର ସିଂହଠାରୁ ଅଧିକ ଶକ୍ତିଶାଳୀ, କାମୁଡ଼ିଦେଲେ ହାଡ ଗୁଣ୍ଡ ହେଇଯିବ । ଅନେକ ଦେଶରେ ଏହାକୁ ପାଳିବା ନିଷିଦ୍ଧ

316

କୁକୁରର ଏହି ପ୍ରଜାତି ଏତେ ଶକ୍ତିଶାଳୀ ଯେ ଯଦି ଏହା କାମୁଡ଼େ, ତେବେ ମନୁଷ୍ୟର ଶକ୍ତିଶାଳୀ ହାଡକୁ ଥରକେ ଭାଙ୍ଗି ଗୁଣ୍ଡ କରିଦେବ ।  ଆକାର ଏବଂ ଶକ୍ତି ପାଇଁ ପ୍ରସିଦ୍ଧ ଏହି କୁକୁରମାନଙ୍କୁ କେହି କେହି ପିଟବୁଲର ବାପ ବୋଲି କହିଥାନ୍ତି ।

ଆଜିକାଲି ଘରେ କୁକୁର ପାଳିବା ପରେ ବହୁତ ଲୋକଙ୍କର ଏକ ସଉକ ହେଇଗଲାଣି । ପୃଥିବୀରେ ଦେଖାଯାଉଥିବା କୁକୁରର ପ୍ରଜାତି ପ୍ରାୟ ୪୦୦ ରୁ ଅଧିକ ଅଟେ । ଏମାନଙ୍କୁ ଶ୍ରେଣୀ ହିସାବରେ ବିଭକ୍ତ କରାଯାଏ । ଯଥା ୧ – ଶିକାରୀ କୁକୁର , ୨- ଜଗୁଆଳି କୁକୁରୀ (ଗାର୍ଡ ଡଗ), ୩- ସନ୍ଧାନୀ କୁକୁର,୪-କମ୍ପାନିଅନ ଡଗ(ସାଥି କୁକୁର)୪-ଖେଳଣା କୁକୁର ଇତ୍ୟାଦି ।   ଆପଣ ଲୋକମାନଙ୍କ ଘରେ ଏହି ପ୍ରକାର ବିଭିନ୍ନ ପ୍ରଜାତିର କୁକୁର ପାଇବେ, ଯାହାକୁ ସେମାନେ ନିଜ ପସନ୍ଦ ଏବଂ ଆବଶ୍ୟକତା ଅନୁଯାୟୀ ରଖନ୍ତି । ଯେଉଁମାନେ ଚାହାଁନ୍ତି କୁକୁରମାନେ ନିଜ ଘରକୁ ଜଗନ୍ତୁ ସେମାନେ ସାମାନ୍ୟ ବିପଜ୍ଜନକ ପ୍ରଜାତି ବାଛିଥାନ୍ତି  କିନ୍ତୁ ଯେଉଁମାନେ ସେମାନଙ୍କୁ କେବଳ କମ୍ପାନୀ ପାଇଁ ରଖନ୍ତି, ସେମାନେ ସରଳ ସ୍ଵଭାବ ପ୍ରଜାତି ପସନ୍ଦ କରନ୍ତି ।

ଆଜି ଆମେ ଆପଣଙ୍କୁ ଏକ କୁକୁର ବିଷୟରେ କହିବୁ ଯାହା ଏସବୁଠାରୁ ଭିନ୍ନ, ଯାହା ଯମରାଜଙ୍କ ଅବତାର ବୋଲି କୁହାଯାଏ ।  କୁକୁରର ଏହି ପ୍ରଜାତି ଏତେ ବିପଜ୍ଜନକ ଯେ ଯଦି ଏହା କାମୁଡ଼େ, ତେବେ ମନୁଷ୍ୟର ଶକ୍ତିଶାଳୀ ହାଡକୁ ଥରକେ ଭାଙ୍ଗି ଗୁଣ୍ଡ କରିଦେବ ।  ଆକାର ଏବଂ ଶକ୍ତି ପାଇଁ ପ୍ରସିଦ୍ଧ ଏହି କୁକୁରମାନଙ୍କୁ କେହି କେହି ପିଟବୁଲର ବାପ ବୋଲି କହିଥାନ୍ତି । ଏହି ପ୍ରଜାତି ଏତେ ଭୟଙ୍କର ଆପଣ ଏଇ କଥାରୁ ଜାଣି  ପାରିବେ ଯେ ବହୁତ ଦେଶ ଏହି କୁକୁର ପାଳିବା ଉପରେ କଟକଣା ଜାରି କରିଛନ୍ତି । କେତେକ ଦେଶ ତ ଏହାକୁ ସମ୍ପୂର୍ଣ ବ୍ୟାନ ମଧ୍ୟ ଘୋଷଣା କରିଛନ୍ତି ।

ଏହି କୁକୁର ସିଂହଠାରୁ ଅଧିକ ଭୟଙ୍କର

ଲୋକମାନେ ସାଧାରଣତ ଆମେରିକାନ ବୁଲି କୁକୁର ବିଷୟରେ ଦ୍ୱନ୍ଦ୍ୱରେ ପଡ଼ନ୍ତି, ଯାହା ପିଟବୁଲ୍ସ ପରି ଦେଖାଯାଏ ।  ଏହି କୁକୁରଟି କ୍ରସ୍ ବ୍ରୀଡ଼ିଂ ଦ୍ଵାରା ସୃଷ୍ଟି କରାଜିଛି ।  କୁହାଯାଏ ଯେ ଏହି କୁକୁରମାନେ ଅତି କମରେ ୫ ଟି ବିଭିନ୍ନ ପ୍ରଜାତିର କୁକୁରମାନଙ୍କର କ୍ରସ୍ ବ୍ରୀଡ଼ିଂ ପରେ ଉତ୍ପନ୍ନ ହୋଇଥିଲେ । ଏହା ମୂଳତଃ ଏକ ଶିକାର କୁକୁର ଏବଂ ଏହାର ଶିକ୍ଷଣ କ୍ଷମତା ବହୁତ ଅଧିକ ।  ଯଦି ସେମାନେ ଉପଯୁକ୍ତ ତାଲିମ ନ ପାଆନ୍ତି, ତେବେ ସେମାନେ ସିଂହ ପରି ବିପଜ୍ଜନକ ହୋଇଥାନ୍ତି । ସେମାନଙ୍କର କାମୁଡ଼ା ଚମ ଏବଂ ମାଂସକୁ ଚିରି ହାଡକୁ ଗୁଣ୍ଡ କରିଦେଇ ପାରେ । ସେମାନଙ୍କ ଆକ୍ରମଣର ଶିକାର ହେବା ପରେ ଜଣେ ବ୍ୟକ୍ତି ପୂର୍ବ ପରି ସୁସ୍ଥ ହୋଇପାରିବ ନାହିଁ । ଏହି ପ୍ରଜାତି ଅତ୍ୟନ୍ତ ବିପଜ୍ଜନକ ଅଟେ ।

ଏମାନେ ସାଧାରଣତଃ ବହୁତ କ୍ରୋଧୀ ସ୍ଵଭାବର ହୋଇଥାନ୍ତି । ଏହି ପ୍ରଜାତିର କୁକୁରମାନଙ୍କର କ୍ରୋଧ ଅତ୍ୟନ୍ତ ବିପଜ୍ଜନକ ଅଟେ । ଅନେକ ଥର ସେମାନେ ସେମାନଙ୍କର ମାଲିକ କିମ୍ବା ତତ୍ତ୍ୱାବଧାରକ ଉପରେ ଆକ୍ରମଣ କରିବାର ମଧ୍ୟ ଦେଖାଯାଇଛି । ଆମେରିକାନ ବୁଲିର ୪ ପ୍ରକାର ପ୍ରଜାତି ଅଛନ୍ତି । ୧-ଷ୍ଟାଣ୍ଡାର୍ଡ ୨- ପକେଟ୍, ୩- XL ଏବଂ ୪-କ୍ଲାସିକ୍ | ଏଥିମଧ୍ୟରୁ ସବୁଠାରୁ ବିପଜ୍ଜନକ ହେଉଛି  XL ପ୍ରଜାତି । ଏମାନେ ଆକାରରେ ଅନ୍ୟ ୩ ପ୍ରଜାତି ଠାରୁ ଢେର ବଡ଼ ହୋଇଥାନ୍ତି । ଏମାନଙ୍କ ଉଚ୍ଚତା ୧୯ ରୁ ୩୩ ଇଞ୍ଚ ହୋଇଥାଏ । କ୍ଲାସିକ୍ ପ୍ରଜାତି ମଧ୍ୟ ଏହି ସମାନ ଆକାରର ଅଟନ୍ତି । ସବୁଠାରୁ ଛୋଟ ହେଉଛି ପକେଟ ବୁଲି । ଏମାନଙ୍କ ଉଚ୍ଚତା ୧୩ ରୁ ୧୬ ଇଞ୍ଚ ହୋଇଥାଏ ।