ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ନେତା । ଜନସଭା କରି ଭୋଟ୍ ମାଗିବେ ।

221

କନକ ବ୍ୟୁରୋ: ୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ୍ ଯାତ୍ରା । ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀକ୍ଷତ୍ରରୁ ଗଡିବ କଂଗ୍ରେସ ବସ୍ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳି ବୁଲିବ ଦୁଇଟି ବସ୍ । ୪୦ରୁ ଅଧିକ ନେତା ବସ ଯୋଗେ ବିଭିନ୍ନ ନିର୍ବାଚନ ମଣ୍ଡଳିକୁ ଗସ୍ତ କରିବେ । ବସ୍ ଯାତ୍ରା ସମୟରେ ବାଟରେ ସ୍ଥାନେ ସ୍ଥାନେ ରହି ଜନ ସଭା କରିବେ କଂଗ୍ରେସ ନେତା ।

ଓଡିଶା ପ୍ରଭାରୀ ଅଜୟ କୁମାର ନେତାଙ୍କ ସହ ବୈଠକ କରି ଟିପ୍ସ ଦେବା ପରେ କଂଗ୍ରେସ ଶିବିରରେ ଉତ୍ସାହ ବଢି ଯାଇଛି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ସ୍ୱତନ୍ତ୍ର ରଣନୀତି କରିଛି । ଗାଁ ଗାଁରେ ଘରେ ଘରେ ଲୋକଙ୍କ ପାଖରେ ପହଂଚିବା ପାଇଁ ବସ ଯାତ୍ରାର ବ୍ୟବସ୍ଥା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବଖାଣିବା ସହ କଂଗ୍ରେସ ଶାସନ ସମୟରେ ହୋଇଥିବା ଲୋକାଭିମୁଖି ଯୋଜନାର ସଫଳତା କହି ଭୋଟ ହାତେଇବା ପାଇଁ ଚେଷ୍ଟା କରିବ ଦଳ ।