୧୨୭ ବର୍ଷ ପରେ ‘ଗୋଦରେଜ୍’ ପରିବାର ଭାଗ ହେଲା । ଦି ଭାଗ ହେଲା ବ୍ୟବସାୟ । କାହା ଭାଗରେ ପଡିଲା କ’ଣ?…

817

କନକ ବ୍ୟୁରୋ: ଦେଶର ସବୁଠୁ ପୁରୁଣା ଉଦ୍ୟୋଗୀ ପରିବାରରେ ଭାଗ ବଣ୍ଟା ହୋଇଛି । ଦୁଇ ଭାଗରେ ଭାଗ ହୋଇଛି ଗୋଦରେଜ୍ ଗ୍ରୁପ୍ ଅଫ୍ କମ୍ପାନୀର ସବୁ ସମ୍ପତ୍ତି । ଭାରତ ସ୍ୱାଧୀନ ହେବା ପୂର୍ବରୁ ଅର୍ଥାତ୍ ୧୮୯୭ରେ ପ୍ରତିଷ୍ଠା ହୋଇଥିବା ଗୋଦରେଜ୍ କମ୍ପାନୀ ଦୁଇ ଭାଗରେ ବିଭକ୍ତ ହୋଇଛି । ଭାରତୀୟ ସେୟାର ବଜାରରେ ଆଗ ତାଲିକାରେ ଥିବା ଏହି କମ୍ପାନୀର ନେଟ୍ ଓର୍ଥ ଏବେ ୨,୩୪ ଲକ୍ଷ କୋଟିରେ ପହଞ୍ଚିଥିବାବେଳେ ଦୀର୍ଘ ୧୨୭ ବର୍ଷ ପରେ ପରିବାରରେ ସମ୍ପତ୍ତି ଭାଗ ବଣ୍ଟା ହୋଇଛି ।

ସମ୍ପତ୍ତିର ଗୋଦରେଜ୍ ଇଣ୍ଡଷ୍ଟ୍ରି, ଗୋଦରେଜ୍ କନଜ୍ୟୁମର ପ୍ରଡକ୍ଟ, ଗୋଦରେଜ୍ ପ୍ରପର୍ଟିଜ୍, ଗୋଦରେଜ ଆଗ୍ରୋଭେଟ୍, ଓ ଆସେଟେକ୍ ଲାଇଫ୍ ସାଇନ୍ସେଜ୍ ମାଲିକାନା ୮୨ ବର୍ଷିୟ ଆଦି ଗୋଦେରେଜ ଓ ତାଙ୍କ ଭାଇ ନାଦିର ଗୋଦରେଜଙ୍କୁ ମିଳିଛି । ସେହିପରି ତାଙ୍କ ସମ୍ପର୍କୀୟ ଭାଇ ଜମସେଦ୍ ଗୈର୍ ଓ ତାଙ୍କ ଭଉଣୀ ସ୍ମିତା କ୍ରିଷ୍ଣାଙ୍କୁ ସୂଚିବଦ୍ଧ ଗୋଦରେଜ୍ ଆଣ୍ଡ ବାୟସ୍ ମାନ୍ୟୁଫୃାକ୍ଚରିଙ୍ଗ କମ୍ପାନୀ ମିଳିଛି ।