ଋଷ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ଭ୍ଲାଦିମିର୍ ପୁଟିନ

174

କନକ ବ୍ୟୁରୋ : କଡା ସୁରକ୍ଷା ଭେଦ କରି ଋୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ । ଅଳ୍ପକରେ ବର୍ତ୍ତି ଯାଇଛନ୍ତି ପୁଟିନ୍ । ଋଷ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ସୁରକ୍ଷା ପାଇଁ ରାଷ୍ଟ୍ରପତି ପୁଟିନ ଲିମୋଜିନ କାର ବ୍ୟବହାର କରନ୍ତି । ସେ କୌଣସି ସ୍ଥାନକୁ ଯାତ୍ରା କରୁଥିବା ବେଳେ କାରର ଆଗରେ ଥିବା ବାମ ଚକରେ ଏକ ଶକ୍ତ ଧକ୍କା ଲାଗିଥିଲା । ଏଥିରୁ ଧୂଆଁ ବାହାରିବା ପରେ କାରଟିକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । କିନ୍ତୁ ପୁଟିନଙ୍କର କୌଣସି କ୍ଷତି ହୋଇନି । ଏହି ଘଟଣାରେ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ହତ୍ୟା ଉଦ୍ୟମ ପ୍ରୟାସ କେବେ ହୋଇଥିଲା ତାହା ଜଣା ପଡିନାହିଁ ।

ସେପ୍ଟେମ୍ବର ୧୪. ୨୦୨୨ । ଭ୍ଲାଦିମିର ନିକୋଲାୟେଭିକ ସୁଙ୍ଗୋରକିନଙ୍କର ମୃତ୍ୟୁ ଘଟିଛି । ରୁଷର ସରକାରୀ ମିଡିଆରେ ସମ୍ପାଦକ ଥିଲେ । ବ୍ୟବସାୟ ପାଇଁ ଘରୁ ବାହାରେ ଥିବା ବେଳେ ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା । ନିକୋଲାୟେଭିକ ପୁଟିନଙ୍କ ଘନିଷ୍ଠ ବୋଲି କୁହାଯାଉଛି ।

ସେପ୍ଟେମ୍ବର ୧୨. ୨୦୨୨ । ଋଷର ବ୍ୟବସାୟୀ ଏମଡି ଇଭାନ୍ ପେଚୋରିନଙ୍କର ମୃତ୍ୟୁ । ଋଷର ଶୀର୍ଷ ୧୦ ବ୍ୟବସାୟୀଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଇଭାନ୍ । ଋଷ ମିଡିଆ ମୃତ୍ୟୁକୁ ରହସ୍ୟ ବୋଲି କହିଛି । ସେହିପରି ଋଷର ଆହୁରି ୭ଜଣଙ୍କର ୬ ମାସ ମଧ୍ୟରେ ମୃତ୍ୟୁ ଘଟିଛି । ଯେଉଁମାନେ କି ପୁଟିନଙ୍କ ଘନିଷ୍ଠ ଥିଲେ ।

ଋଷ ୟୁକ୍ରେନ ଯୁଦ୍ଧ ପରେ ପୁଟିନଙ୍କୁ ହତ୍ୟା ଉଦ୍ୟମ ନେଇ ଅନେକ ରିପୋର୍ଟ ପ୍ରକାଶ ପାଇଛି । ଏହାରି ଭିତରେ ପୁଟିନ ଅଜ୍ଞାତ ଆତତାୟୀ ଭୟରେ ନିଜ ସୁରକ୍ଷା କର୍ମୀ ସହିତ ବ୍ୟକ୍ତିଗତ ସହାୟକ ବଦଳାଇ ସାରିଛନ୍ତି । କୁହାଯାଉଛି ସେ କାହାକୁ ଭରସା କରୁନାହାନ୍ତି ।