ବାଲେଶ୍ୱର ଚିଙ୍ଗୁଡି ଫ୍ୟାକ୍ଟ୍ରି ଗ୍ୟାସ୍ ଲିକ ଘଟଣାରେ ନୂଆମୋଡ଼ । ବିନା ଡିସଚାର୍ଜରେ ଅସୁସ୍ଥଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହୋଇଛି ପ୍ରୟାସ । 

90

କନକ ବ୍ୟୁରୋ: ବାଲେଶ୍ୱର ଚିଙ୍ଗୁଡି ପ୍ଲାଣ୍ଟରେ ଗ୍ୟାସ ଲିକ୍ ଘଟଣା, ଅସୁସ୍ଥ ହୋଇଥିବା ୧୦ ଜଣଙ୍କ ମଧ୍ୟରେ ନାବାଳିକା ଥିବାରୁ ଲୁଚାଇବାକୁ ପ୍ରୟାସ କରାଯାଇଥିବା ଅଭିଯୋଗ । ନୀଳଗିରି ମେଡିକାଲରୁ ବିନା ଡିସଚାର୍ଜରେ ଅସୁସ୍ଥ ମାନଙ୍କୁ ନେଇ ଯାଉଥିବା ସମୟରେ ବାଟରେ ଧରି ଥାନାରେ ଦେଲେ ସ୍ଥାନୀୟ ଅଞ୍ଚଳବାସୀ ।

ସେପଟେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଥାନାରେ ପହଞ୍ଚିି ଅସୁସ୍ଥ ମାନଙ୍କୁ ଭେଟିଛନ୍ତି । ଅଭିଯୋଗ ହେବା ପରେ ଚିଙ୍ଗୁଡି ପ୍ଲାଣ୍ଟରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି ଶ୍ରମ ଅଧିକାରୀ । ବାଲେଶ୍ୱର ରେମୁଣା ବ୍ଲକ ଗଡିଆମାଳ ସ୍ଥିତ ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍  ହୋଇଥିଲା । ଗ୍ୟାସ୍ ଲିକ ହେବା ଯୋଗୁଁ ୧୦ରୁ ଅଧିକ ଝିଅ ଅସୁସ୍ଥ ହୋଇପଡଥିଲେ । ସିଫ୍ଟରେ କାମ କରୁଥିବା ସମୟରେ  ହଠାତ୍ ବିଷାକ୍ତ ଗ୍ୟାସ୍ ଲିକ ହେବାରୁ ସମସ୍ତେ ଅଚେତ ହୋଇପଡିଥିଲେ ।