ଓଡ଼ିଶାକୁ ଖୁସି ଖବର ଦେଲେ ଅଶ୍ୱିନୀ ବୈଷ୍ଣବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମିଳିବ ୫-ଜି ସେବା।

249

କନକ ବ୍ୟୁରୋ: ଓଡ଼ିଶାକୁ ଖୁବଶୀଘ୍ର ଆସିବ ୫-ଜି । ପ୍ରଥମ ପର୍ଯ୍ୟାୟରେ ହିଁ ମିଳିବ ସେବା । ଅକ୍ଟୋବର ମାସରେ ଦେଶରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୩ଟି ସହରରେ ୫-ଜି ସେବା ଆରମ୍ଭ ହେବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଗଲା । ଯେଉଁଥିରେ ଓଡ଼ିଶାର କୌଣସି ସହର ସାମିଲ ନଥିଲା । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଭଳି ମେଟ୍ରୋସହର ସହ ତାଲିକାରେ ରହିଥିବା ବେଳେ ଗୁଜରାଟର ୩ଟି ସହର ଅହମ୍ମଦାବାଦ, ଗାନ୍ଧୀନଗର, ଜାମନଗର ଆଦି ସହର ସ୍ଥାନ ପାଇଥିଲା । ତାଲିକାରେ ଓଡ଼ିଶାର କୌଣସି ସହର, ଏପରିକି ସ୍ମାର୍ଟ ସିଟି ଭୁବନେଶ୍ୱରର ନାଁ ନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ବିଭାଗୀୟ ମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ସତ୍ୱେ କିପରି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କୌଣସି ସହର ସ୍ଥାନ ପାଇଲା ନାହିଁ, ଏନେଇ ଜୋର ଧରିଥିଲା ରାଜନୀତି । ତେବେ ପୂର୍ବ ରିପୋର୍ଟକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ହିଁ ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା ।

ସେହିଭଳି ସେ କହିଛନ୍ତି, ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବନି ୫-ଜି ବିକିରଣ । ଏନେଇ ଆଶ୍ୱସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବୈଷ୍ଣବ । ୫-ଜି ସେବା ପାଇଁ ସାରା ଦେଶ ଅପେକ୍ଷା କରିବସିଛି । କାରଣ ଏହି ସେବା ଡିଜିଟାଲ୍ ଦୁନିଆରେ ଯୁଗାନ୍ତକାରୀ ପରିବର୍ତନ ଆଣିବ । ବୋଲି ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଥିଲେ ।

୫-ଜି: ଅପେକ୍ଷା କରିଛି ସାରା ଦେଶ

୪-ଜି ଅପେକ୍ଷା ୧୦ ଗୁଣ ସ୍ପିଡରେ ଚାଲିବ ୫-ଜି
ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପ୍ରଥମେ ଏହି ସେବା ଆରମ୍ଭ କରିବେ
୨-୩ ବର୍ଷରେ ଦେଶର ସବୁସ୍ଥାନରେ ୫-ଜି ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି