ଡାକ୍ତରୀ ଛାତ୍ରଙ୍କ ଗଣ୍ଡଗୋଳ ଘଟଣା : ବସ୍ ଭିତରକୁ ଛାଡ଼ି ଦେଲେ ଧୂଆଁ; ଅଣନିଶ୍ୱାସୀ ହୋଇ ଚିତ୍କାର କରୁଥିଲେ ଏମକେସିଜି ଛାତ୍ର, ଭିଡିଓ ଆଧାରରେ ତଦନ୍ତ

582

କନକ ବ୍ୟୁରୋ : ବୁର୍ଲା ମେଡିକାଲ କଲେଜ ଆଗରେ ଏମକେସିଜି ଛାତ୍ରଙ୍କ ବସ ଭିତରକୁ ଧୂଆଁ ଛାଡିଦେଲେ । କିଏ ଛାଡିଲା ଅଗ୍ନି ନିର୍ବାପକ ଧୂଆଁ ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଏବେ ଏହି ଘଟଣାରେ ଭୀମସାର ଡିନ୍ ପ୍ରିନ୍ସିପାଲଙ୍କ ଏତଲା ଆଧାରରେ ଏତଲା ରୁଜୁ ହୋଇଛି । ୫ ଛାତ୍ରଙ୍କ ବୟାନ ରେକର୍ଡ କରିଛି ପୋଲିସ । ସମ୍ବଲପୁର ଏସପି ମୁକେଶ ଭାମୁ ଭାଇରାଲ ଭିଡିଓ ଆଧାରରେ ଛାତ୍ରଙ୍କୁ ଚିହ୍ନଟ କରାଯାଉଛି ବୋଲି କହିଛନ୍ତି ।

ଏବେ ପଥର ମାଡ ଓ ଧୂଆଁ ପ୍ରୟୋଗ ସମୟରେ ଯେଉଁ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି ତାକୁ ନେଇ ପୋଲିସ ତଦନ୍ତ ବଢାଉଛି । ଆନ୍ତଃ କଲେଜ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଇଉଫୋରିଆ କାର୍ଯ୍ୟକ୍ରମକୁ ଏମକେସିଜି ଛାତ୍ର ଆସିଥିଲେ । କୌଣସି କଥାକୁ ନେଇ ଭୀମସାର ଛାତ୍ରଙ୍କ ସହ କଥା କଟାକଟି ହୋଇଥିଲା । ଏହାପରେ ଏମକେସିଜି ଛାତ୍ରଙ୍କ ବସକୁ ପଥର ମାଡ ହେବା ସହ ବସ ଭିତରେ ଅଗ୍ନି ନିର୍ବାପକ ଧୂଆଁ ଛାଡି ଦେଇଥିଲେ ।