ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ଆମେରିକାର ଏଟ୍ରିଂ । ବଢ଼ିଲା ଇସ୍ରାଏଲର ବଳ, ଆମେରିକା ପଠାଇଲା ଯୁଦ୍ଧାସ୍ତ୍ର

620

କନକ ବ୍ୟୁରୋ : ଭିଓ-ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ଉଗ୍ର ରୂପ ନେଉଥିବାବେଳେ ଏବେ ଏଂଟ୍ରି କରିଛି ଆମେରିକା । ଇସ୍ରାଏଲକୁ ସମର୍ଥନ ଜଣାଇ ଯୁଦ୍ଧାସ୍ତ୍ର ଯୋଗାଣ ଆରମ୍ଭ କରିଛି । ବୁଧବାର ନେଭାତିମ ବିମାନବନ୍ଦରରେ ଯୁଦ୍ଧାସ୍ତ୍ରର ପ୍ରଥମ ବ୍ୟାଚ୍ ପହଁଚିଥିବା ସୂଚନା ମିଳିଛି । ଜଳପଥ ଓ ଆକାଶପଥ ଇସ୍ରାଏଲକୁ ବିପୁଳମାତ୍ରାର ଘାତକ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପଠାଇଛି ଆମେରିକା
ଇସ୍ରାଏଲକୁ ଆମେରିକାର ଯୁଦ୍ଧାସ୍ତ୍ର ଯୋଗାଣ
-ଇସ୍ରାଏଲକୁ ଆମେରିକା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଣ ଆରମ୍ଭ
-ଇସ୍ରାଏଲର ନେଭାତିମ ଏୟାରବେସ ନେଜେଭରେ ପହଁଚିଲା ଘାତକ ଯୁଦ୍ଧାସ୍ତ୍ର
-ଶକ୍ତିଶାଳୀ ଯୁଦ୍ଧ ଜାହଜ ‘ଜେରାଲ୍ଡ ଆର ଫୋର୍ଡ କ୍ୟାରିୟର ଷ୍ଟ୍ରାଇକ ଗ୍ରୁପ’ ମୁତୟନ ।
-୮ଟି ଆକ୍ରମଣକାରୀ ତଥା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସଜ୍ଜିତ ଯୁଦ୍ଧ ଜାହଜ ରହିଛି
-ଯୋଗାଣରେ ଅସୁବିଧା ଯୋଗୁଁ ୫ଟି ପର୍ଯ୍ୟାୟରେ ଆମେରିକା ପଠାଇବ ଯୁଦ୍ଧାସ୍ତ୍ର
-ଖବର ସରାବରାହ ସଂସ୍ଥା ଜିନ୍ହୁଆ ନ୍ୟୁଜ ଏଜେନ୍ସିର ସୂଚନା

ଇସ୍ରାଏଲକୁ ଖୋଲା ସମର୍ଥନ ଜଣାଇବା ସହ ହମାସକୁ ବାରମ୍ବାର କଡ଼ା ଚେତାବନୀ ଦେଉଛି ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ ଇରାନ ଓ ଯେଉଁ ଦେଶ ହମାସକୁ ସମର୍ଥନ ଜଣାଉଛନ୍ତି ତାଙ୍କୁ ମଧ ଏଥିରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି । ସେପଟେ ଇସ୍ରାଏଲରେ ଗୁରୁବାର ପହଁଚିଛନ୍ତି ଆମେରିକା ବୈଦେଶିକ ସଚିବ ଆନ୍ଥୋନୀ ବ୍ଲିଙ୍କେନ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କୁ ଭେଟିବା ସହ ସାମରିକ ସମର୍ଥନ ବାବଦରେ ଆଲୋଚନା କରିବେ ।

ଯଦି ନଜର ପକାଇବା ଇସ୍ରାଏଲର ବତର୍ମାନ ସ୍ଥିତି ଉପରେ ତେବେ ଏକଥା ସତ କି ଏହି ଯୁଦ୍ଧ ଇସ୍ରାଏଲ ପାଇଁ ସେତିକି ସହଜ ହେବନି । ଇସ୍ରାଏଲକୁ ବିରୋଧ କରୁଛି ଇରାନ । ସେପଟେ ଲେବାନନ ଆତଙ୍କୀ ସଂଗଠନ ହେଜବୁଲ ହମାସକୁ ସମର୍ଥନ ଜଣାଇ ଯୁଦ୍ଧକୁ ଓହ୍ଲାଇଛି । ଇସ୍ରାଏଲକୁ ଉଭୟ ପଟୁ ମୁକାବିଲା କରିବାକୁ ପଡୁଛି । ଏହି ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇପାରିବନି ଯେ କୌଣସି ମୁହୁର୍ତରେ ସିରିଆ, ଇଜିପ୍ଟ, ସୁଦାନ, ଜୋର୍ଡାନ, ସାଉଦିଆରବ ପଟୁ ମଧ୍ୟ ଇସ୍ରାଏଲ ଉପରକୁ ଆକ୍ରମଣ ଆଶଙ୍କା ରହିଛି । ପ୍ରଶ୍ନ ଉଠୁଛି ଇସ୍ରାଏଲ ବିରୋଧରେ ଇସଲାମିକ ଦେଶମାନଙ୍କ ଏକଜୁଟ ଯୁଦ୍ଧକୁ ଅଧିକ ଉଗ୍ର କରିବା ସହ ଦୁନିଆକୁ ତୃତୀୟ ବିଶ୍ୱ ଯୁଦ୍ଧ ମୁହାଁ କରିବନି ତ

ଆତଙ୍କୀ ମୁଳପୋଛ ପାଇଁ ଇସ୍ରାଏଲ ପ୍ରତିଜ୍ଞା କରିଥିବାବେଳେ ଏବେ ଆମେରିକାର ସାମରିକ ସମର୍ଥନ ଦେଶକୁ ଅଧିକ ମଜବୁତ କରିଛି । ପଛକୁ ପଛ ଭାରତ, ବ୍ରିଟେନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଜର୍ମାନୀ, ୟୁଏଇର ମଧ୍ୟ ସମର୍ଥନ ରହିଛି । ତେବେ ଇସ୍ରାଏଲକୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ସମର୍ଥନ ବିଶ୍ୱ ପାଇଁ ନୂଆ ଆହ୍ୱାନ ଆଣିପାରେ ।