ଷଷ୍ଠଦିନରେ ପହଁଚିଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ସ୍ଥିତିର ମୁକାବିଲା ପାଇଁ ବିରୋଧୀଙ୍କୁ ବିଶ୍ୱାସରେ ନେଇ ଇସ୍ରାଏଲରେ ଗଠନ ହେଲା ଏକ ମିଳିତ ସରକାର

444

କନକ ବ୍ୟୁରୋ : ଷଷ୍ଠ ଦିନରେ ବି ଜାରି ରହିଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ବୁଧବାର ରାତିରେ ଗାଜାର ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ବାୟୁସେନା । ଯେଉଁ ପର୍ଯ୍ୟନ୍ତ ହମାସ, ବନ୍ଧକ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ନ ଛାଡିଛି, ସେ ପର୍ଯ୍ୟନ୍ତ ଗାଜାକୁ ପାଣି ଓ ବିଜୁଳି ଯୋଗାଇ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଇସ୍ରାଏଲ ଯୁଦ୍ଧକାଳୀନ ସ୍ଥିତିର ମୁକାବିଲା ପାଇଁ ବିରୋଧୀଙ୍କୁ ବିଶ୍ୱାସରେ ନେଇ ଏବେ ଇସ୍ରାଏଲରେ ଏକ ମିଳିତ ସରକାର ଗଠନ କରାଯାଇଛି । । ୭ ଅକ୍ଟୋବର ଇସ୍ରାଏଲ ଉପରେ ଆକ୍ରମଣ କରି ଯେଉଁ ବର୍ବରତା ଦେଖାଇଥିଲେ ହମାସ ଆତଙ୍କୀ, ତାହାର ପ୍ରତିଶୋଧ ନେଉଛି ଇସ୍ରାଏଲ ।