ଗର୍ଭପାତ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ମା’ ପେଟରେ ବଢ଼ୁଥିବା ଭ୍ରୁଣକୁ ହତ୍ୟା କରିବା ସପକ୍ଷରେ ନୁହେଁ କହିଲେ ମୁଖ୍ୟ ବିଚାରପତି

529

କନକ ବ୍ୟୁରୋ : ୨୬ସପ୍ତାହର ଗର୍ଭ ଶେଷ କରିବା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ଗୁରୁବାର ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି କୌଣସି ଭ୍ରୁଣ ହତ୍ୟା କରିବାକୁ ଅନୁମତି ଦେବା ସପକ୍ଷରେ ନାହାଁନ୍ତି । କୋର୍ଟ କହିଛନ୍ତି ଭ୍ରୁଣର ଅଧିକାର ଓ ମାର ଅଧିକାର ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେବି ପାରଦୀୱାଲା, ମନୋଜ ମିଶ୍ରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ଶୁଣାଣୀ କରିଥିଲେ । ଅକ୍ଟୋବର ୧୩ରେ ହେବ ଆଗାମୀ ଶୁଣାଣୀ ।

ସୂଚନା ଅନୁସାରେ ଅକ୍ଟୋବର ୯ ତାରିଖରେ ୨୭ବର୍ଷର ଜଣେ ମହିଳା ଏକ ଆବେଦନ କରିଥିଲେ ଓ ଦର୍ଶାଇଥିଲେ କି ଅବସାଦ , ଅସୁସ୍ଥତା ଓ ଆର୍ଥିକ ସ୍ଥିତି ଠିକ ନଥିବା ଯୋଗୁଁ ଗର୍ଭପାତ କରିବାକୁ କୋର୍ଟଙ୍କ ଅନୁମତି ମାଗିଥିଲେ । ଏହା ପରେ କୋର୍ଟ ଏମ୍ସକୁ ନିର୍ଦ୍ଦେଶ ଦେଇ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ପରେଏକ ରିପୋର୍ଟ ମାଗିଥିଲେ । ତେବେ ଡାକ୍ତର କହିଥିଲେ ଯେ ଭ୍ରୁଣ ସ୍ଥିତିର ଭଲ ରହିଛି ଓ ଗର୍ଭପାତ କରାଇବା ଉଚିତ ନୁହେଁ । ପରେ କୋର୍ଟ ନିଜ ଆଦେଶକୁ ପ୍ରତ୍ୟାହର କରିନେଇଥିଲେ । ପୁର୍ନବାରର ଶୁଣାଣୀ କରି କୋର୍ଟ ଏହି ରାୟ ଦେଇଛନ୍ତି । ପୂର୍ବରୁ ତଳ କୋର୍ଟଙ୍କ ଶୁଣାଣୀ ସମୟରେ ଦୁଇ ବିଚାରପତିଙ୍କ ମତପାର୍ଥକ୍ୟ ଦେଖା ଦେବାରୁ ଉପରିସ୍ଥ ବେଂଚକୁ ମାମଲା ପଠାଯାଇଥିଲା ।