‘କରୋନା’କୁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ: ଆମେରିକାରେ ଏଯାଏଁ ୪୧ ମୃତ, ୧୭ ଶହ ସଂକ୍ରମିତ

୧୯ଟି ରାଜ୍ୟରେ ବ୍ୟପାଲାଣି ମାରାତ୍ମକ ଭୂତାଣୁ

305

କନକ ବ୍ୟୁରୋ: ଆମେରିକାରେ କରୋନାକୁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ । ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ ଆମେରିକାରେ ୪୧ ଜଣଙ୍କ ଜୀବନ ନେଇଛି । ୧୭ ଶହ ଲୋକ ସଂକ୍ରମିତ ହୋଇଛନ୍ତି । ବିଶ୍ୱାସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସ ଜନିତ ସ୍ୱାସ୍ଥ୍ୟ ସଙ୍କଟକୁ ମହାମାରୀ ଘୋଷଣା କରିବା ପରେ ଆମେରିକା ଏଦିଗରେ ଯୁଦ୍ଧସ୍ତରରେ ପଦକ୍ଷେପ ନେଇଛି ।

କରୋନା ସଙ୍କଟର ସଫଳ ମୁକାବିଲା ପାଇଁ ରଷ୍ଟ୍ରପତି ଟ୍ରମ୍ପ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ସେ କହିଛନ୍ତି, ଆମେରିକାର ୪୬ଟି ରାଜ୍ୟ ଏବଂ ୱାସିଂଟନ ଡିସିରେ କରୋନା ପ୍ରତିକାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆମେରିକାର ୧୯ଟି ରାଜ୍ୟରେ ଏବେ କରୋନା କାୟା ବିସ୍ତାର କରିବାରେ ଲାଗିଛି ।