ଆରମ୍ଭ ହେଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱଚ୍ଚଭାରତ ମିଶନ ! ଗଙ୍ଗା ପରେ ଗୋମତୀ ନହୀ ହେବ ସଫା ।

38

କନକବ୍ୟୁରୋ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଧାନୀରେ ଥିବା ଗୋମତୀ ନଦୀକୁ ପରିଷ୍କାର କରିବା ପାଇଁ ଆଣ୍ଟା ଭିଡିଛନ୍ତି । ଯୋଗୀ ନିଜେ ରବିବାର ସକାଳୁ ନିଜର ସମର୍ଥକଙ୍କ ସହ ନଦୀକୂଳ ସଫା କରିବା ଆରମ୍ଭ କରିଛନ୍ତି ।

ଯୋଗୀ ଗୋମତୀ ଜଳରେ ଆସୁଥିବା ଅନେକ ଅପରିଷ୍କାର ସାମଗ୍ରୀ ହଠାଇବା ସହ କିପରି ଭାବରେ ସାଧାରଣ ଲୋକମାନେ ଏଠାରେ ଅଳିଆ ଆବର୍ଜନା ନ ପକାନ୍ତି ସେଥିପ୍ରତି ପଦକ୍ଷେପ ନେବାଲାଗି ସ୍ଥାନୀୟ ପ୍ରଶାସନଙ୍କୁ କହିଛନ୍ତି । ଏହା ସହ ସେଠାରେ ବସବାସ କରୁଥିବା ଲୋକମାନଙ୍କୁ ଶପଥ କରାଇଛନ୍ତି ଯେ, ଆମେ ଆମ ନଦୀକୁ ଅପରିଷ୍କାର କରିବା ନାହିଁ ବୋଲି ଶପଥ କରିବା ତେବେ ଏହି ନଦୀ ପରିଷ୍କାର ହୋଇପାରିବ । ନଚେତ୍ ଦେଶ ଯେପରି ଭାବରେ ପ୍ରଦୂଷିତ ହେଉଛି ଆଗାମୀ ଦିନରେ ପିଇବା ପାଣିର ସମସ୍ୟା ଦେଖାଯାଇପାରେ । ତେଣୁ ବେଳ ଥାଉଥାଉ ଆମ ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ଯୋଗୀ କହିଛନ୍ତି । ଏହି ସଫେଇ କାମରେ ଆଗାମୀ ଦିନରେ ୭ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।