କୋର୍ଟରୁମରେ ପରିଣତ ହେଲା ଉତ୍ତରପ୍ରଦେଶ ବିଧାନସଭା : ଗୋଟିଏ ଦିନ ପାଇଁ ବନ୍ଦୀ ହେଲେ ୬ ପୁଲିସ

153

କନକ ବ୍ୟୁରୋ : କୋର୍ଟ ରୁମରେ ପରିଣତ ହେଲା ଉତ୍ତରପ୍ରଦେଶ ବିଧାନସଭା । ଗୋଟିଏ ଦିନ ପାଇଁ ବନ୍ଦୀ ହେଲେ ୬ ପୁଲିସ । ୨ ଦଶନ୍ଧି ତଳର ସ୍ବାଧିକାର ଭଙ୍ଗ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ୨୦୦୪ ମସିହାରେ ତତ୍କାଳୀନ ବିଜେପି ବିଧାୟକ ସଲିଲ ବିଷ୍ଣୋଇଙ୍କ ସ୍ବାଧିକାର ଭଙ୍ଗ ମାମଲ‌ାରେ ୬ ପୁଲିସ ଦଣ୍ଡିତ ହୋଇଛନ୍ତି । ୧୮ ବର୍ଷ ତଳେ ଏହି ସ୍ବାଧିକାର ଭଙ୍ଗ ନୋଟିସ୍‌ ଦିଆଯାଇଥିଲା।

ତତ୍କାଳୀନ ବିଧାୟକ ବିଷ୍ଣୋଇ କାନପୁରରେ ବିଜୁଳି କାଟକୁ ବିରୋଧ କରି ଏକ ପ୍ରତିନିଧି ଦଳ ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଯାଉଥିବା ବେଳେ ପୁଲିସ କର୍ମୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେ ବିଧାୟକ ବୋଲି ପରିଚୟ ଦେବା ପରେ ମଧ୍ୟ ତାଙ୍କୁ ଗାଳିଗୁଲଜ କରି ପ୍ରବଳ ମାଡ଼ ମାରିଥିଲେ । ଏହି ପୁଲିସକର୍ମୀ ହେଉଛନ୍ତି କାନପୁରର ତତ୍କାଳୀନ ସର୍କଲ୍‌ ଅଫିସର ଅବଦୁଲ ସମଦ (ଅବସରପ୍ରାପ୍ତ) ,ତତ୍କାଳୀନ ଏସଏଚଓ ଶ୍ରୀକାନ୍ତ ଶୁକ୍ଳା, ତତ୍କାଳୀନ ଏସ୍‌ଆଇ ତ୍ରିଲୋକି ସିଂହ, କନେଷ୍ଟବଳ ଛୋଟେ ସିଂହ, ବିନୋଦ ମିଶ୍ର ଏବଂ ମେହରବନ ସିଂହ ।