ୟୁକ୍ରେନକୁ ୩୩ଶହ କୋଟିର ସହାୟତା ଘୋଷଣା କଲା ଆମେରିକା । ଯୁଦ୍ଧ ପାଇଁ ଯୋଗାଇ ଦେବ ଅସ୍ତ୍ରଶସ୍ତ୍ର

123

କନକ ବ୍ୟୁରୋ : ୟୁକ୍ରେନକୁ ପୁଣି ସହାୟତାର ହାତ ବଢାଇଲା ଆମେରିକା । ପ୍ରାୟ ୩୩ଶହ କୋଟି ଟଙ୍କାର ସହାୟତା ଘୋଷଣା କରିଛି ଆମେରିକା । ଏହାସହିତ ପ୍ରଥମଥର ପାଇଁ ଗୋଳାବାରୁଦ, ଟ୍ୟାଙ୍କ୍ ଏବଂ ଅନ୍ୟାନ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ନେଇ ଘୋଷଣା କରିଛି ଆମେରିକା । ଆମେରିକା ସହାୟତାରେ ୟୁକ୍ରେନ୍ ଯୁଦ୍ଧ ଲଢିବା ଜାରି ରଖିଛି ।

ବର୍ତ୍ତମାନ ଶୀତ ଦିନ ଚାଲିଥିବାରୁ ଯୁଦ୍ଧ ପରିସ୍ଥିତି ଟିକା ଧିମା ପଡିଛି । ଋଷ ଏବଂ ୟୁକ୍ରେନ୍ ନଦୀର ଦୁଇ ପାଖରେ ରହି ପରସ୍ପର ଉପରକୁ ଗୋଳା ବାରୁଦ ମାଡ କରୁଛନ୍ତି । ଏହି ଗୋଳାବାରୁଦ ଆକ୍ରମଣରେ ୟୁକ୍ରେନ ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ଦେଖିବାକୁ ମିଳିଛି । ଆଗକୁ ତାପମାତ୍ରାରେ ପରିବର୍ତ୍ତନ ଆସିଲେ ପୁଣି ପୂର୍ବଭଳିି ଯୁଦ୍ଧ ଜାରୀ ରହିବ ବୋଲି ଆଶଂକା ଦେଖାଦେଇଛି । ଆଉ ଏଭଳି ପରିସ୍ଥିତିରେ ୟୁକ୍ରେନକୁ ଆମେରିକା ସହାୟତା କରି ୟୁକ୍ରେନକୁ ମଜଭୁତ କରିବାକୁ ଚେଷ୍ଟା କରୁଛି । କେବଳ ଏତିକି ନୁହେଁ ୟୁକ୍ରେନ ସେନାର ସଂଖ୍ୟା ବୃଦ୍ଧି ପାଇଁ ଆମେରିକା ଚେଷ୍ଟା ମଧ୍ୟ କରୁଛି । ଜର୍ମାନୀର ଏକ ସେନା ବେସରେ ୟୁକ୍ରେନ୍ ସେନାକୁ ଆମେରିକା ସେନା ଟ୍ରେନିଂ ମଧ୍ୟ ଦେଉଛନ୍ତି ।