କମ୍ପୁଛି ଧାମନଗରର ନିର୍ବାଚନମଣ୍ଡଳୀ: ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

105

କନକ ବ୍ୟୁରୋ: ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆଜି ପଦଯାତ୍ରା ଓ ରୋଡ ଶୋ ସହ ଗାଁ ଗାଁ ବୁଲି ସୂରଜଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ଅବସରରେ ଟୁଡୁ କହିଛନ୍ତି ମୋଦିଙ୍କ ବିକାଶ ଧାରାକୁ ଆଧାର କରି ଧାମନଗର ବାସୀ ସୁରଜଙ୍କୁ ଆର୍ଶୀବାଦ ଦେବା ସହିତ ବିଜୟୀ କରିବେ । ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରଚାରକୁ ଓହ୍ଲାଇବା ପରେ ବିଜେପି କର୍ମୀଙ୍କ ଭିତରେ ଉତ୍ସାହ ବଢ଼ିଯାଇଥିବା ଦେଖିବାକୁ ମିଳିଛି ।

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଅଭିନେତ୍ରୀ ଏଲିନା ଦାସଙ୍କ ସମେତ ବହୁ ବିଧାୟକ ଓ ଷ୍ଟାର କ୍ୟାମ୍ପେନର ପ୍ରଚାର କରିଛନ୍ତି । ଧୁଷୁରୀ, ପତ୍ରସାହି ସମେତ ବିଭିନ୍ନ ପଂଚାୟତରେ ରୋଡ ସୋ କରିବା ସହ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି ବିଜେଡି ନେତା । .. ନିଜର ସମର୍ଥକଙ୍କ ସହ ଧାମନଗରରେ ପ୍ରଚାର କରିଛନ୍ତି, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । ବିଜେଡି, ବିଜେପି ଦୁଇ ଭାଇ କହିବା ସହ ଧାମନଗରର ପୁଅକୁ ଭୋଟ ଦେବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି । .. ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ମଧ୍ୟ ଉପନିର୍ବାଚନ ପାଇଁ ଜାରି ରଖିଛନ୍ତି ପ୍ରଚାର । ରାଜୁ ତାଙ୍କର ସମର୍ଥକଙ୍କ ସହ ତିହିଡି ବ୍ଲକର ବିଭିନ୍ନ ପଂଚାୟତରେ ବାଇକ୍ ରାଲି କରି ପ୍ରଚାର କରିଛନ୍ତି ।

ଧାମନଗର ଉପନିର୍ବାଚନ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁଙ୍କୁ ଯୋଡି ହେଉଥିବା ଭିଡିଓ ଓ ଅଡିଓ ଭାଇରାଲକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସାଇବର ଥାନାର ଦ୍ୱାରସ୍ଥ ହୋଇଛି ବିଜେପି । ବିଜେପିର ଏକ ଟିମ ଭୁବନେଶ୍ୱର ସାଇବର ଥାନାରେ ଏଫଆଇଆର ଦେବା ସହ ସିଇଓଙ୍କୁ ଭେଠି ଅଭିଯୋଗ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ବୈଠକ ହୋଇଥିବା ନେଇ ଏକ ମିଥ୍ୟା ଅଡିଓ ସିଡି ଭାଇରାଲ ହେଉଛି, ଯାହାକି ସମ୍ପୂର୍ଣ୍ଣ ଭିତୀହିନ ବୋଲି ବିଜେପି କହିଛି । ସେପଟେ ବିଜେଡି ମଧ୍ୟ ପାଲଟା ଅଭିଯୋଗ ଆଣି ବିଜେପିକୁ କାଉଂଟର କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି ଦଳ । ଧାମନଗରରେ ମିଶନ ଶକ୍ତି ମହିଳାଙ୍କୁ ବିଜେପି ବଦନାମ କରୁଛି ବୋଲି ବିଜେଡି କହିଛି ।

ଧାମନଗର ନିର୍ବାଚନ ମଣ୍ଡଳୀ ପୂର୍ବରୁ ବିଜେପି ଦଖଲ ଥିବାରୁ ଏହି ଆସନରେ ଉପନିର୍ବାଚନରେ ଜିତିବା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଅନ୍ୟପଟେ ଉପନିର୍ବାଚନରେ ବିଜୟଧାରାକୁ ବଜାୟ ରଖିବାକୁ ସବୁ ବଳ ଖଟାଇ ଦେଇଛି ବିଜେଡି ।