ଜଣାଶୁଣା ଅମ୍ପେୟାର ରୁଡି କୋଏରଟଜେନଙ୍କ ମୃତ୍ୟୁ, ଜାଣନ୍ତୁ ମୃତ୍ୟୁର କାରଣ

293

କନକ ବ୍ୟୁରୋ : ସାଉଥ୍ ଆଫ୍ରାିକାର ପୂର୍ବତନ ଅମ୍ପେୟାର ରୁଡି କୋଏରଟଜେନଙ୍କ ମୃତ୍ୟୁ ହୋଇଛି । ୭୩ ବର୍ଷିୟ ରୁଡିଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ରୁଡି କୋଏରଟଜେନ କେପ୍ ଟାଉନର ନେଲସନ ମଣ୍ଡେଲା ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ କାର ଅନ୍ୟ ଏକ ଗାଡିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଆଜି ସକାଳେ ରିବର୍ସଡେଲ ଅଞ୍ଚଳରେ ଘଟିଥିଲା । ଏହି ଦୁର୍ଘଟଣାରେ ରୁଡି କୋଏରଟଜେନଙ୍କ ବ୍ୟତୀତ ଅନ୍ୟ ଦୁଇଜଣଙ୍କର ବି ମୃତ୍ୟୁ ହୋଇଛି ।

କହିରଖୁ କି, ରୁଡି କୋଏରଟଜେନ ଜଣେ ଅମ୍ପେୟାର ଭାବେ କେବଳ ସାଉଥ୍ ଆଫ୍ରିକା ନୁହେଁ ବରଂ ସାରା ବିଶ୍ୱରେ ବେଶ୍ ପରିଚିତ । ସେ ଅନେକ ବର୍ଷ ଧରି ଆଇସିସିର ଅମ୍ପେୟାର ପ୍ୟାନେଲରେ ସାମିଲ ଥିଲେ । ତାଙ୍କ ମୃତ୍ୟୁକୁ ନଇ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ପରେ ତାଙ୍କୁ ସମ୍ମାନ ଜଣାଇ ଆଫ୍ରିକା ଟିମ୍ ଆଗକୁ ଖେଳାଯିବାକୁ ଥିବା ଏକ ଅର୍ନ୍ତଜାତୀୟ ମ୍ୟାଚରେ ହାତରେ କଳାପଟି ବାନ୍ଧି ଖେଳିବ ବୋଲି ନିଷ୍ପତ୍ତି ନେଇଛି ।

ସେପଟେ ରୁଡିଙ୍କ ମୃତ୍ୟୁପରେ ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହବାଗ ଏକ ଟ୍ୱିଟ କରି ଶୋକବ୍ୟକ୍ତ କରିଛନ୍ତି । ସେ ଏହି ଟ୍ୱିଟର ମାଧ୍ୟମରେ ରୁଡିଙ୍କ ପରିବାରକୁ ସମବେଦନା ଜଣାଇବା ସହ କହିଛନ୍ତି କି ରୁଡିଙ୍କ ସହ ତାଙ୍କର ବ୍ୟକ୍ତିଗତ ସଂପର୍କ ବହୁତ ଭଲ ଥିଲା ।