ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ବଢୁଛି ବିବାଦ ।ବିିଭିନ୍ନ କ୍ଷେତ୍ରର ୨୨୬ଜଣ ବିିଶିଷ୍ଟ ବ୍ୟକ୍ତି ଚିଠି ଲେଖି ଲୋଡିଲେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

1,429

କନକ ବ୍ୟୁରୋ : ତାମିଲନାଡୁ ଯୁବ ବ୍ୟାପାର ତଥା କ୍ରୀଡାମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ତେଜୁଛି ଆକ୍ରୋଶ । ବିଜେପି ସହ ବିଭିନ୍ନ ହିନ୍ଦୁ ସଂଗଠନ ସନାତନ ଧର୍ମ ଉପରେ ଷ୍ଟାଲିନ ଦେଇଥିବା ବୟାନକୁ ଘୋର ବିରୋଧ କରୁଛନ୍ତି । ଏହା ଭିତରେ ବିଭିନ୍ନ କ୍ଷେତ୍ରର ୨୬୨ଜଣ ବିଶିଷ୍ଠ ବ୍ୟକ୍ତି ଚିଠି ଲେଖି ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖାଯାଇ ଏଭଳି ଅନୁରୋଧ କରାଯାଇଛି । ଚିଠିରେ ଲେଖାଯାଇଛି ମନ୍ତ୍ରୀଙ୍କ ଏଭଳି ବୟାନ ସମାଜରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ଆଶଙ୍କା ରହିଛି । ତେଣୁ ଏଥିରେ ହସ୍ତକ୍ଷେପ କରି ଏଭଳି ଘଟଣା ଯେଉଁଭଳି ପୁନରାବୃତି ନହୁଏ ସେନେଇ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଜାରି କରନ୍ତୁ । ୧୪ଜଣ ପୂର୍ବତନ ବିଚାରପତି, ୧୩୦ ଜଣ ପ୍ରଶାସନିକ ଅଧିକାରୀ, ୧୧୮ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି । ସେପଟେ ଚେନ୍ନାଇରେ ଥିବା ମନ୍ତ୍ରୀଙ୍କ ଘରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।