ବିବାହ ବନ୍ଧନରେ ବାନ୍ଧିହେଲେ IAS ପରୀ ଓ ବିଜେପି MLA ଭବ୍ୟ… ଉଦୟପୁରରେ ରାଜକୀୟ ଢଙ୍ଗରେ ହେଲା ବିବାହ ।

6,280

କନକ ବ୍ୟୁରୋ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଭଜନଲାଲଙ୍କ ନାତି ତଥା ବିଜେପି ବିଧାୟକ ଭବ୍ୟ ବିଷ୍ଣୋୟୀଙ୍କର ରାଜସ୍ଥାନର ବାସିନ୍ଦା ଆଇଏଏସ୍ ପରୀଙ୍କ ସହ ବିବାହ ହୋଇଛି । ଉଦୟରପୁରର ଏକ ମହଲରେ ଦୁହିଁଙ୍କ ବିବାହ ରାଜକୀୟ ଢଙ୍ଗରେ ସମ୍ପନ୍ନ ହୋଇଛି । ଏହାପରେ ରିସେପ୍ସନ୍ ଦିଲ୍ଲୀ ସହ ହରିୟାଣା ଆଦମପୁର ଓ ରାଜସ୍ଥାନର ପୁଷ୍କରରେ ବିଭିନ୍ନ ତାରିଖରେ ଅନୁଷ୍ଠିତ ହେବ ।

ଭବ୍ୟ ବିଷ୍ଣୋୟୀ ହିସାର ଆଦମପୁରରୁ ବିଜେପିର ବିଧାୟକ ଅଛନ୍ତି । ଆଇଏଏସ୍ ପରୀ ବିଷ୍ଣୋୟୀଙ୍କ ସହ ତାଙ୍କର ନିର୍ବନ୍ଧ ମେ ୧ ତାରିଖରେ ହେବା ପରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।