ରାଜ୍ୟରେ ମେଡିସିନ୍ ପରେ ନିମ୍ନମାନର ସାଲାଇନ୍ । ମାମଲା ରୁଜୁ କରି ମଧ୍ୟପ୍ରଦେଶ ସରକାରଙ୍କୁ ତଥ୍ୟ ମାଗିଲେ ରାଜ୍ୟ ସରକାର ।

83

କନକ ବ୍ୟୁରୋ: ରାଜ୍ୟରେ ନକଲି ମେଡିସିନ୍ କାରବାର ନେଇ ଘନଘନ ଚଢ଼ାଉ ହେଉଛି । ଏହାରି ଭିତରେ ନିମ୍ନମାନର ସାଲାଇନ୍ କାରବାର ନେଇ ମାମଲା ରୁଜୁ ହୋଇଛି । ନିମ୍ନମାନର ସାଲାଇନ୍ ମଧ୍ୟପ୍ରଦେଶ ଇନ୍ଦୋରର ଏମଏସ- ଆଇଭ୍ସ ଡ୍ରଗ୍ସ କମ୍ପାନୀରୁ ଆମଦାନୀ ହେଉଥିବା ନେଇ ଜେଏମଏଫସି କୋର୍ଟରେ ମାମଲା ରୁଜୁ ହୋଇଛି । ଏନେଇ ମଧ୍ୟ ପ୍ରଦେଶ ସରକାର ଠାରୁ ତଥ୍ୟ ମାଗିଛନ୍ତି ଜେଏମଏଫସି କୋର୍ଟ । ଏପଟେ ନକଲି ମେଡିସିନ୍ ସନ୍ଦେହରେ ରାଜ୍ୟର ୧୨ଟି ବିତରଣକାରୀଙ୍କ ଠାରୁ ଔଷଧ ଜବତ କରି ତନାଘନା କରୁଛି ସ୍ୱାସ୍ଥ୍ୟ ବିଭାଗ ।  ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ ରାଜ୍ୟ ବାହାରୁ ଆସୁଥିବା ଔଷଧ ଉପରେ କଡ଼ା ନଜର ରଖିବା ସହ ଗୋଦାମ ଓ ଖୁଚୁରା ବ୍ୟବସାୟ କେନ୍ଦ୍ର ଓ ଦୋକାନ ଗୁଡ଼ିକରେ ଚଢ଼ାଉ ଜାରି ରହିଛି । କଟକରେ ୬ଟି, କେନ୍ଦ୍ରାପଡ଼ାରେ ଗୋଟିଏ, ଝାରସୁଗୁଡ଼ାରେ ୨ଟି, ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ଜାଗାରେ ନକଲି ଔଷଧ ଧରାଯାଇ ମକଦ୍ଦମା ରୁଜୁ କରାଯାଇଛି । ଦୋକାନ ଗୁଡ଼ିକରେ ଥିବା ଔଷଧ ଗୁଡ଼ିକର ଯାଂଚ କରାଯାଉଛି । ଗତ ସେପ୍ଟେମ୍ବରରେ ନକଲି ଔଷଧ ମାମଲାରେ ବିହାରରୁ ଦୁଇଜଣଙ୍କୁ ଗିରଫ କରାଯାଇଥିଲା ।