୩୦ ମାସ ପରେ ପୂର୍ଣ୍ଣହେବ ବିଚାରପତି ସଂଖ୍ୟା । ସୁପ୍ରିମକୋର୍ଟର ଜଜ ସଂଖ୍ୟା ୩୪କୁ ବୃଦ୍ଧି । ଗୋଟିଏ ଦିନ ପରେ ଅବସରେ ନେବେ ଭୀନିତ ସରନ

71

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ୩୦ ମାସ ପରେ ଜଜ ସଂଖ୍ୟା ପୂର୍ଣ୍ଣହେବ । ୩୪ରେ ପହଞ୍ଚିଛି ଜଜସଂଖା । ବର୍ତ୍ତମାନ ସର୍ବୋଚ୍ଚ ଅଦାଲତରେ ଜଜ ସଂଖ୍ୟା ୩୨ ଥିବା ବେଳେ ଏଥିରେ ଆଉ ୨ ଜଣଙ୍କୁ ନୂଆ ନିଯୁକ୍ତି ମିଳିଛି । ସମ୍ବିଧାନ ଅନୁଯାୟୀ ଭାରତର ସୁପ୍ରିମକୋର୍ଟରେ ୩୪ ଜଣ ବିଚାରପତି ନିଯୁକ୍ତ ହୋଇପାରିବେ । ତେବେ ଗତ ୩୦ ମାସ ଧରି୍ ଏହି ସଂଖା ପୂର୍ଣ୍ଣ ହୋଇଛି । ତେବେ ସୋମବାର ଏମାନେ ଶପଥ ନେବା ପରେ ମଙ୍ଗଳବାର ଜଣେ ବିଚାର ପତି ଅବସର ନେବେ । ମେ ୧୦ ତାରିଖରେ ଜଷ୍ଟିସ ଭିନୀତ ସରନ ଅବସର ନେବ ପରେ ଏହି ସଂଖ୍ୟା ପୁଣି ଖସିବ । ଏହା ପରେ ଆଗାମୀ ନଭେମ୍ବର ମାସ ଯାଏ ପ୍ରତ୍ୟେକ ମାସରେ ଜଣେ ଲେଖାଏ ଜଜ ପଦରୁ ଅବସର ନେବେ । ୬ ମାସ ମଧ୍ୟରେ ୬ ଜଜ ପଦବୀ ଖାଲି ପଡିବ ।

ସୁପ୍ରିମେକୋର୍ଟ କଲେଜିୟମର ସୁପାରିଶ ଅନୁଯାୟୀ ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ୨ ଜଜଙ୍କୁ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସହ ୩୨ଜଣ ସର୍ବୋର୍ଚ୍ଚ ଅଦାଲତରେ କାର୍ଯର୍୍ୟ କରୁଛନ୍ତି । ନବଆ ବିଚାରପତି ଭାବେ ଗୁଆହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ସୁଧାଂଶୁ ଧୂଲିଆ ଏବଂ ଗୁଜରାଟ ହାଇକୋର୍ଟର ବିଚାରପତି ଜମସେଦ ବି ପାରଦିବାଲା ସୋମବାର ଶପଥ ନେବେ ।

ସେହିଭଳି ସୁପ୍ରିମେକୋର୍ଟ କଲେଜିୟମ ବିଭିନ୍ନ ହାଇକୋର୍ଟରେ ୧୫ ଜଣ ନୂଆ ଜଜଙ୍କ ନିଯୁକ୍ତି ପାଇଁ କେନ୍ଦର ସରକାରଙ୍କ ସୁପାରିଶ କରିଛନ୍ତି । ଏଥିମଧ୍ୟପ ପାଟନା ଓ ଦିଲ୍ଲା ହାଇକୋର୍ଟ ପାଇଁ ୭ ଜଣ ଲେଖାଏଁ, ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପାଇଁ ଜଣେ ଜଜଙ୍କ ନାମ ସୁପାରିଶ କରାଯାଇଛି । କେତେଶୀଘ୍ର ଏହା ଉପରେ ସରକାର ନିଷ୍ପତ୍ତି ନେଉଛି ତାହ ରୋଚକ ବିଷୟ ରହିବ । ସୁପ୍ରିମକୋର୍ଟରେ ନିଯୁକ୍ତ ୨ ବିଚାରପତିଙ୍କ ନାମ ୪ ମେରେ କେନ୍ଦର ପାଖକୁ ପଠାଯିବା ବେଳେ ତ୍ୱିରତ ଭାବେ ସରକାର ଏଥିରେ ମୋହର ମାରିଥିଲେ ।