ବୀରମହାରାଜପୁରରେ ଅଭାବନୀୟ ଘଟଣା : ଖେଳିବା ସମୟରେ ପରିତ୍ୟକ୍ତ କୂଅରେ ପଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ

91

କନକ ବ୍ୟୁରୋ : ଖେଳିବା ସମୟରେ ପରିତ୍ୟକ୍ତ କୂଅରେ ପଡ଼ି ଦୁଇ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲ୍ଳା ବୀରମହାରାଜପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ଦୁଇ ଶିଶୁ ହେଲେ ଶିକ୍ଷକ ଆଲୋକ ମିଶ୍ରଙ୍କ ଝିଅ ଦିଶା ମିଶ୍ର ଏବଂ ଦିଶାଙ୍କ ସମ୍ପର୍କୀୟ ଭଉଣୀ ଅଳକା ମିଶ୍ର । ବଡ଼ ଝିଅର ବୟସ ୩ ବର୍ଷ ହୋଇଥିବା ବେଳେ ସାନ ଝିଅର ବୟସ ଗୋଟିଏ ବର୍ଷ ୩ ମାସ ।

ସୂଚନା ଅନୁସାରେ ମୁଖ୍ୟ ଛକ ପାଖରେ ଏହି ପରିବାରର ଦୁଇ ଝିଅ, ବାଡ଼ିପଟେ ଖେଳୁଥିଲେ । କିନ୍ତୁ ପରିବାର ଲୋକଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ପାଇନଥିଲେ । ବହୁ ସମୟ ଖୋଜାଖୋଜି କରିବା ପରେ ଦୁଇ ଶିଶୁ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିବା ଜାଣିବାକୁ ପାଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ଦୁଇ ଶିଶୁଙ୍କ ଉଦ୍ଧାର କରିଥିଲେ । ଉଭୟଙ୍କୁ କୂଅରୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।