ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲା : ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହ ୪ଜଣଙ୍କୁ ୩ ଦିନିଆରେ ରିମାଣ୍ଡରେ ନେଇ ଜେରା କରିବ କ୍ରାଇମବ୍ରାଞ୍ଜ

97

କନକ ବ୍ୟୁରୋ : ରିମାଣ୍ଡରେ ଯିବେ ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଏବଂ ତାର ସହଯୋଗୀ ଆଲୋକ ଉଦଗାତା । କ୍ରାଇମବ୍ରାଞ୍ଜର ଗୋଟିଏ ଟିମ୍, ବଲାଙ୍ଗୀର ଏସଡିଜେଏମ୍ କୋର୍ଟ ଯାଇ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସହ ମାମଲାରେ ଜେଲ ଯାଇଥିବା ଦୁଇ ଆବେଦନକାରୀ ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ।

ତେବେ କୋର୍ଟ ୫ ଦିନ ବଦଳରେ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ହୋଇଛନ୍ତି । କୋର୍ଟଙ୍କ ଅନୁମତି ମିଳିବା ପରେ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ନେଇ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସମେତ ୪ ଜଣଙ୍କୁ ଅଧିକ ପଚାରାଉଚୁରା କରିବ । ଗତକାଲି ଚତୁର୍ଥ ଦିନରେ କ୍ରାଇମବ୍ରାଞ୍ଜ ଟିମ୍ ବଲାଙ୍ଗୀର ଟାଉନ ଥାନାରେ ପହଞ୍ଚି ଦଲିଲ୍ ଦସ୍ତାବିଜ୍ ଖାନତଲାସି କରିଥିଲା । ସେହିପରି ସିବିଆଇର ଆଉ ଗୋଟିଏ ଟିମ୍ ମନୋଜ ମିଶ୍ରଙ୍କ ହାତୀଶାଲ୍ ପଡ଼ାରେ ଥିବା ଘର ଓ ସିଭିଲ କୋର୍ଟ ପଛପଟେ ଥିବା ଆଲୋକ ଉଦଗାତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚାରଉଚୁରା କରିଥିଲା କ୍ରାଇମବ୍ରାଞ୍ଜ ଟିମ୍ ।