ସୁନା ଚୋରାଚାଲାଣକାରୀଙ୍କ ହବ୍ ପାଲଟିଛି ମୁମ୍ବାଇ ବିମାନବନ୍ଦର : ୧୧ ମାସରେ ୬୦୪କିଲୋ ଚୋରା ସୁନା ଜବତ

64

କନକ ବ୍ୟୁରୋ : ସୁନା ଚୋରାଚାଲାଣକାରୀଙ୍କ ହବ୍ ପାଲଟିଛି ମୁମ୍ବାଇ ବିମାନ ବିନ୍ଦର । ଗତ ୧୧ ମାସରେ ମୁମ୍ବାଇ ବିମାନବନ୍ଦରରୁ ୬୦୪ କିଲୋ ଚୋରା ସୁନା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୬୦ କୋଟି ଟଙ୍କା ହେବ ବୋଲି କହିଛି କଷ୍ଟମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇ ପରେ ଦିଲ୍ଲୀ ବିମାନବନ୍ଦରରୁ ୩୭୪ କିଲୋ, ଚେନ୍ନାଇ ବିମାନବନ୍ଦରୁ ୩୦୬ କିଲୋ ସୁନା ଜବତ କରାଯାଇଛି । ଏପ୍ରିଲ ୨୦୨୨ ରୁ ଫେବୃଆରୀ ୨୦୨୩ ମଧ୍ୟରେ ଏହି ସୁନା ଜବତ କରାଯାଇଛି ।

ମୁମ୍ବାଇ ସୁନା ଚୋରାକାରବାର ବଢିବାର ମୁଖ୍ୟ କାରଣ ହେଉଛି ଏଭଳି ମୂଲ୍ୟବାନ ଧାତୁ ପାଇଁ ସେଠାରେ ସବୁଠୁ ବଡ ମାର୍କେଟ ରହିଛି । ୭୭ଏଭଳି ସୁନା ଚୋରାକାରବାର କରି ଗତ ୬ ମାସ ମଧ୍ୟରେ ୨୦ ଜଣ ବିଦେଶୀ ନାଗରିକ ଧଡାପଡିଛନ୍ତିି । ଖେଳନା, ବେଲ୍ଟ, ପୋଷାକ, ବିମାନର ବାଥରୁମ, ସିଟ୍, ଜୋତା, ବ୍ୟାଗରେ ଲୁଚାଇ ଆଣୁଥିବା ଦେଖିବାକୁ ମିଳିଛି । ୨୦୨୨ରେ ସୁନା ଉପରେ ଆମଦାନୀ କର ୭ ଦଶମିଶ ୫ ପ୍ରତିଶତରୁ ୧୮ ଦଶମିକ ୭୫ ପ୍ରତିଶତକୁ ବୃଦ୍ଧି ହେବା ପରେ ଏଭଳି ଚୋରକାରବାର ବୃଦ୍ଧି ପାଉଥିବା କୁହାଯାଉଛି ।