‘ସୁଖମୟ ସହରୀ ଜୀବନ ଓ ରାଜ୍ୟରେ ସୁଶାସନକୁ ସୁନିଶ୍ଚିତ କରାଯିବ, ଦେଶର ଶ୍ରେଷ୍ଠ ୨୦ ମଧ୍ୟରେ ରହିବ ଓଡିଶାର ସହର’: ବିଜେପିର ପ୍ରତିଶ୍ରୁତି ।

106

କନକ ବ୍ୟୁରୋ: ସହରୀ ଜୀବନ ଓ ସୁଶାସନ ପ୍ରସଙ୍ଗକୁ ନେଇ ବିଜେପି କରିଛି ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ବିଜେପିର ପୂର୍ବତନ ସାଧାରଣ ସଭାପତି ସମୀର ମହାନ୍ତି କହିଛନ୍ତି, ମୋଦୀ ଦେଶବାସୀଙ୍କ ୨୩୮ଟି ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଏଯାଏଁ ୨୨ ଟି ପ୍ରତିଶ୍ରୁତି ପୂରଣ କରିସାରିଲେଣି । ଏଥିରେ ରହିଛି କାଶ୍ମୀରରୁ ୩୭୦, ୩୫ ‘ଏ’ ଧାରା ଉଚ୍ଛେଦ, ସମାନ ନାଗରିକ ସଂହିତା ଲାଗୁ, ରାମ ମନ୍ଦିର ପ୍ରତିଷ୍ଠା, ପ୍ରତି ଘରକୁ ପାଣି ଯୋଜନାକୁ ସଫଳ ରୂପାୟନ କରିପାରିଛନ୍ତି । ଏସବୁ ପ୍ରତିଶୁତି ଭିତରେ ରହିଛି ଓଡିଶାର କଥା । ତେବେ, ରାଜ୍ୟରେ ବିଜେପି ସରକାର ଗଠନ ହେଲେ ଗ୍ରାମାଞ୍ଚଳର ବିକାଶ ସହ ସହରାଞ୍ଚଳ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ବିଜେପି ସରକାର ଆସିଲେ ଟ୍ୱିନ ସିଟିରେ ମୁଖ୍ୟତଃ ବର୍ଜ୍ୟବସ୍ତୁ ପରିଚାଳନା, ବର୍ଷା ଜଳ ପରିଚାଳନା, ଭୂତଳ ଜଳ ପରିଚାଳନା , ସହରବାସୀଙ୍କ ସୁସ୍ଥ ଜୀବନ ଆଦିକୁ ଗୁରୁତ୍ୱ ଦିଆଯିବ । ଏଥିପାଇଁ ମୋଦୀ ସରକାର ମ୍ୟାପିଙ୍ଗ କରିସାରିଛନ୍ତି ।

ଏହାବାଦ୍ ଏବେ ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ବିଲ ଦେଇ ହନ୍ତସନ୍ତ ହେଉଛନ୍ତି ସହରାଞ୍ଚଳବାସିନ୍ଦା । ବିଜେପି ସରକାର ରାଜ୍ୟର ଗ୍ରାମବାସୀଙ୍କ ସହ ସହରାଞ୍ଚଳବାସୀଙ୍କ ପାଇଁ ସୂର୍ଯ୍ୟ ଘର ବ୍ୟବସ୍ଥା କରିଛନ୍ତି । ଫଳରେ ସେମାନଙ୍କ ଉପରେ ବିଦ୍ୟୁତ ବିଲ ବୋଝ ଆଉ ପଡିବ ନାହିଁ । ନିଜର ବଳକା ବିଦ୍ୟୁତ୍ ସୌରଶକ୍ତିକୁ ସେମାନେ ବିକ୍ରି ଅଧିକ ଦି ପଇସା ବି ସରକାରଙ୍କଠାରୁ ପାଇପାରିବେ ।

ଏହାସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋକପାତ କରିଛନ୍ତି ସମୀର ଦାସ । କହିଛନ୍ତି, ଓଡିଶାର ସହରବାସୀ ହୁଅନ୍ତୁ ବା ଗ୍ରାମାଞ୍ଚଳବାସୀ ହୁଅନ୍ତୁ ଶିକ୍ଷା ବା, ଚିକିତ୍ସା ପାଇଁ ରାଜ୍ୟ ବାହାର ସହରଗୁଡିକୁ ଯାଉଛନ୍ତି । ସେଠାରେ ରହିବାକୁ ସେମାନେ ସମସ୍ୟା ଭୋଗୁଛନ୍ତି । ଏହି ସମସ୍ୟା ଦୂର କରିବାକୁ ପ୍ରତି ମେଟ୍ରୋ ସିଟିରେ ଓଡିଶା ଭବନ ନିମାଣ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।