ନବରଙ୍ଗପୁରରେ ଜର୍ମାନି ମିଳିମିଳା ରୁବେଲା ଭାଇରସ ଆତଙ୍କ । ପଡାଲଗୁଡା ଗାଁର ୨ ଶିଶୁ ଆକ୍ରାନ୍ତ । ସ୍ଥିତି ଉପରେ ନଜର ଥିବା କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

84

କନକବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ୨ ରୁବେଲା ଆକ୍ରାନ୍ତ ଚିହ୍ନଟ । ଜର୍ମାନି ମିଳିମିଳା ରୁବେଲା ଭାଇରସରେ ଆକ୍ରାନ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ଗାଁର ଦୁଇ ଜଣ ଶିଶୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ୫ଜଣଙ୍କ ନମୂନା ରିପୋର୍ଟ ଆରସିଏମ୍ଆରରୁ ଆସିଛି ।

ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଠାରେ ରୁବେଲା ପଜିଟିଭ ଥିବାବେଳେ ଜଣଙ୍କ ଠାରେ କେବଳ ମିଳିମିଳା ରହିଛି । ତେନ୍ତୁଳିଖୁଂଟି ଓ ନନ୍ଦାହାଣ୍ଡି ବ୍ଲକ୍ରେ ୧୮ ଜଣ ରୋଗୀଙ୍କ ଠାରେ ଜ୍ୱର ଓ ରାସେସ୍ ଦେଖିବାକୁ ମିଳିଛି । ସେମାନଙ୍କ ନମୂନା ସ୍ୱାସ୍ଥ୍ୟ ବିଭାଗ ଟିମ୍ ସଂଗ୍ରହ କରିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।