‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୋକିବାକୁ ଅପରାଜିତା ଦାମୀ ଓକିଲ ଆଣିଥିଲେ’: ଭିକେ ପାଣ୍ଡିଆନ୍

713

କନକ ବ୍ୟୁରୋ: ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନେଇ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ଓ ମା’ ସମଲେଇଙ୍କ ପରିକ୍ରମା ପ୍ରକଳ୍ପ ରୋକିବାକୁ ଭୁବନେଶ୍ୱର ସାଂସଦ ଯାହା କଲେ ମୋତେ ଭାରି ବାଧିଛି । ସାରା ଓଡିଶାବାସୀଙ୍କୁ ବାଧିଛି । ପ୍ରକଳ୍ପକୁ ରୋକିବାକୁ ସାଂସଦ ଏଏସଆଇଠୁ ଆରମ୍ଭ କରି ହାଇକୋର୍ଟ , ସୁପ୍ରିମକୋର୍ଟ ସମସ୍ତଙ୍କ ଆଶ୍ରୟ ନେଲେ । ପ୍ରକଳ୍ପ ରୋକିବାକୁ ସୁପ୍ରମିକୋର୍ଟର ଦାମୀ ଓକିଲ ଆଣିଲେ ଯିଏ ଏକାବେଳେ ୩୫ରୁ ୪୦ ଲକ୍ଷ ଟଙ୍କା ନିଅନ୍ତି ।

ପାଣ୍ଡିିଆନ୍ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଶ୍ରୀମନ୍ଦିର ପ୍ରକଳ୍ପ ଆରମ୍ଭ ହେଲା ବିରୋଧୀ ଓ ଭୁବନେଶ୍ୱର ସାଂସଦ ଏହାକୁ ରୋକିବାକୁ ଲାଗିପଡିଲେ । ସେମାନଙ୍କର ଡର ଥିଲା, କାଳେ ଏହି ପ୍ରକଳ୍ପ ସଫଳ ହେଲେ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିହାସ ରିଚିବେ, ତାଙ୍କୁ ଓଡିଶାବାସୀ ବର୍ଷ ବର୍ଷ ଧରି ମନେ ରଖିବେ । ଏଥିପାଇଁ ଅପରାଜିତା ଷଡଯନ୍ତ୍ର କଲେ । ପରେ ତାଙ୍କର ସବୁ ଷଡଯନ୍ତ୍ରର ପର୍ଦ୍ଦାଫାଶ ହେଲେ । ସମସ୍ତେ ତାଙ୍କ କାରନାମା ଜାଣିଲେ ।

ମୁଖ୍ୟମନ୍ତ୍ରୀ ଯେତେବେଳେ ବି କୌଣସି ବିକାଶମୂଳକ କାମ କରିବାକୁ ବାହାରିଛନ୍ତି ତାକୁ ପ୍ରତି ପଦକ୍ଷେପରେ ବିରୋଧୀ ବିରୋଧ କରିଛନ୍ତି । ଏହାର ଉଦାହରଣ ହେଉଛି ଶ୍ରୀମନ୍ଦିର ପକଳ୍ପ । ସବୁ ବାଧା ପରେ ବି ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଆରମ୍ଭ କଲେ । ମହାପ୍ରଭୁଙ୍କ ଆଶୀର୍ବାଦ ସହ ଗଜପତି ମହାରାଜା, ଛତିଶା ନିଯୋଗ, ଓ ପୁରୀବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି ପ୍ରକଳ୍ପ ପୂରଣ ହେଲା । ଏବଂ ପ୍ରତି ଓଡିଆଙ୍କ ମୁହଁରେ ହସ ଫୁଟାଇବାକୁ ସମର୍ଥ ହୋଇଛନ୍ତି ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ ।