ଆଜିଠୁ ବଢିବ ବର୍ଷା । ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ୩୦ ରୁ ୪୦ କିମି ବେଗରେ ବହିବ ପବନ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ।

308

କନକ ବ୍ୟୁରୋ: ଆଜିଠୁ ବଢିବ ବର୍ଷା । ବିଜୁଳି, ଘଡଘଡି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ବହିବ ପବନ । ଆଜି ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ । ଏଥିସହ ଅନ୍ୟ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ଯୋଗୁଁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏବେ ନିମ୍ନ ଚାପ ରେଖା ସକ୍ରିୟ ନାହିଁ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଯୋଗୁ ରାଜ୍ୟରେ ବର୍ଷା ହୋଇଥିବା କହିଛନ୍ତି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରାମା ମହାନ୍ତି ।