ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କହିଲେ, ବିଜେପି ସରକାର ଆସିଲେ ଦେଶରୁ ଗରିବୀ ହଟିବ ।

154

କନକବ୍ୟୁରୋ : ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରଭୁ ଜଗନ୍ନାଥ ମା ମାଣିକେଶ୍ୱରୀଙ୍କୁ ପ୍ରଣାମ କରି ସମ୍ବୋଧନ ଆରମ୍ଭ କଲେ । କହିଲେ କଂଗ୍ରେସର ଏତେ ବର୍ଷର ଶାସନ ପରେ ବି ଗରୀବି କମିନି । ତିନି ତଲାକ ପ୍ରଥା ଦେଶରୁ ବିଜେପି ହଟାଇଛି ।ଓଡିଶାରେ ବିଜେପି ସରକାର କଲେ ଗରିବୀ ହଟିବ ।

ଏଥିସହ ବିଜେପି ପ୍ରାର୍ଥୀ ମାଳବିକା ଙ୍କ ପାଇଁ ଭୋଟ ମାଗିଥିଲେ । କହିଲେ ଭୋଟ ଦେଇ ଜିତାଇଲେ ଗରିବୀ ରହିବ ନାହିଁ । ୧୦ରୁ ୧୫ ବର୍ଷ ଭିତରେ ଗରିବୀ ରହିବନି । ମହିଳା ମାନଙ୍କୁ ଯଥେଷ୍ଟ ସମ୍ମାନ ଦେଇଛି ବିଜେପି ସରକାର ୧୦ ବର୍ଷ ଭିତରେ କଳାହାଣ୍ଡିର ଚିତ୍ର ବଦଳିଛି ।

ଆଗରୁ କଳାହାଣ୍ଡିକୁ ଲୋକେ ଭୋକର ଭୁଗୋଳ ବୋଲି ଜାଣିଥିଲେ ପ୍ରଥମଥର କଳାହାଣ୍ଡି ଆସିଛି । ୫ରୁ ୮ ବର୍ଷ ଭିତରେ କଳାହାଣ୍ଡି ର ଚିତ୍ର ବଦଳିବ । ମୋଦି କହିବା ଅନୁସାରେ ତିନି ତଲାକ ଓ ୩୭୦ ଧାରା କରିଛନ୍ତି ।ବିଜେପି ସରକାର ଯାହା କୁହେ ସେଇୟା କରେ । ୫୦ ବର୍ଷ କଂଗ୍ରେସ ୨୫ ବର୍ଷ ବିଜେଡି ଶାସନ କରିଛି