ରେଲୱେ ଷ୍ଟେସନରେ ମାଙ୍କଡଙ୍କ କଳି । ୨ ଘଣ୍ଟା ଯାଏଁ ଅଟକିଲା ରାଜଧାନୀ ସମେତ ଏକାଧିକ ଟ୍ରେନ୍

570

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଫିରୋଜାବାଦ୍ ଟୁଣ୍ଡଲା ରେଲୱେ ଷ୍ଟେସନରେ ସେତେବେଳେ ହଇଚଇ ସୃଷ୍ଟି ହେଲା ଯେବେ ଏଠାରେ ଓଏଚଇ ଭାଙ୍ଗିପଡିଲା । ଫଳରେ ରାଜଧାନୀ ଏକ୍ସପ୍ରେସ ସମେତ ଏକାଧିକ ଟ୍ରେନ୍ ଗୁଡିକୁ ପାଖାପାଖି ୨ ଘଣ୍ଟା ଧରି ଅଟକି ରହିବାକୁ ପଡିଲା । ଏହାର କାରଣ ହେଉଛି ମାଙ୍କଡଙ୍କ କଳି । ଷ୍ଟେସନରେ ମାଙ୍କଡ ଦଳ ଏଭଳି ଆତଙ୍କ ସୃଷ୍ଟି କଲେ ଯେ ଷ୍ଟେସନର ଓଏଚଇ ଭାଙ୍ଗିଯିବାରୁ ଟ୍ରେନ୍ ଗୁଡିକୁ ଅଟକିବାକୁ ପଡିଲା ।

ତଥ୍ୟ ମୁତାବକ, ଶନିବାର ମାଙ୍କଡଙ୍କ ଏକ ଦଳ ଉତ୍ପାତ ସୃଷ୍ଟି କରିବାରୁ ଓଏଚଇର କେବୁଲ ଛିଡି ଟ୍ରାକ୍ ଉପରେ ପଡିଲା ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟାଘାତ ହେଲା । ଫଳରେ ଟ୍ରେନ୍ ଗୁଡିକୁ ସୂଚନା ଦେବାରେ ସମସ୍ୟା ହେଲା ଏବଂ ଯିଏ ଯେଉଁ ଷ୍ଟେସନରେ ଥିଲେ ସେହି ଷ୍ଟସନରେ ଟ୍ରେନ୍ ଗୁଡିକୁ ଅଟକି ରହିଲେ । ୨ ଘଣ୍ଟା ଧରି ଓଏଚଇ କେବୁଲକୁ ଠିକ କରାଯିବା ପରେ ଟ୍ରେନ୍ ଚଳାଚଳ ସାମାନ୍ୟ ହୋଇଥିଲା ।