ପାର୍ବଣରେ ସୁନା ମହଙ୍ଗା : ୧୦ ଗ୍ରାମ ସୁନାର ଦାମ ଟପିଲାଣି ୬୧ ହଜାର ଟଙ୍କା

558

କନକ ବ୍ୟୁରୋ : ପାର୍ବଣରେ ମହଙ୍ଗା ହୋଇଛି ସୁନା ଦର । ଯୁଦ୍ଧର ପ୍ରଭାବ ଓ ପାର୍ବଣରେ ସୁନାର ଚାହିଦା ଯୋଗୁଁ ଦର ବଢି ଚାଲିଛି । ନବରାତ୍ରୀ ଆରମ୍ଭ ହୋଇଥିବାରୁ ଶୁଭ ମୁହୂର୍ତ୍ତ ଦେଖି ଲୋକେ ନିବେଶ ଓ ସପିଂ ପାଇଁ ସୁନା କିଣୁଛନ୍ତି । ତେଣୁ ସୁନା ଦର ବଢିବାରେ ଲାଗିଛି । ରାଜଧାନୀରେ ୧୦ ଗ୍ରାମ ପିଛା ସୁନାର ଦର ଏବେ ୬୧ ହଜାର ଟପିଲାଣି । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୫୬ ହଜାର ୬୦୦ ଟଙ୍କାରେ ବିକ୍ରି ହେଉଛି । ଶୁକ୍ରବାର ୧୦ ଗ୍ରାମ ୨୨ କ୍ୟାରେଟ ସୁନାକୁ ୫୬ ହଜାର ୪୦୦ ଟଙ୍କାରେ ବିକ୍ରି ହେଉଥିଲା ।

ଅର୍ଥାତ୍ ୧୦ ଗ୍ରାମ ସୁନାର ଦରରେ ୨୦୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ରାଜଧାନୀରେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମକୁ ୬୧ ହଜାର ୭୫୦ ଟଙ୍କା ରହିଛି । ଶୁକ୍ରବାର ୨୪ କ୍ୟାରେଟ ସୁନାର ଦାମ ୧୦ ଗ୍ରାମକୁ ୬୧ ହଜାର ୫୩୦ ଟଙ୍କା ରହିଥିଲା । ସେପଟେ ରୁପାର ଦର ମଧ୍ୟ ବୃଦ୍ଧି ହେଉଛି । କିଲୋଗ୍ରାମ ପିଛା ରୁପାର ଦର ୧୨୦୦ ଟଙ୍କା ବଢିଥିବା ସୂଚନା ମିଳିଛି । ଦିନକୁ ଦିନ ସୁନାର ଦର ବଢିବାରେ ଲାଗିଛି । ଆଗକୁ ବିବାହ ରୁତୁ ଆସୁଛି । ତେଣୁ ସୁନାର ଚାହିଦା ବଢିବ ଓ ଦର ଆହୁରି ବଢିଯିବ ବୋଲି ବଜାର ବିଶେଷଜ୍ଞ ଆକଳନ କରୁଛନ୍ତି । ଏପରକି ୧୦ ଗ୍ରାମ ସୁନାର ଦର ୬୩ହଜାର ଟଙ୍କା ଟପି ଯାଇପାରେ ବୋଲି ଅନୁମାନ କରାଯାଉଛି ।