ଧିକ ସେ ପୁଅ ଜନ୍ମ । ମା’କୁ ଖୁଣ୍ଟରେ ବାନ୍ଧି ମାଡମାରିଲା ପୁଅ । ସେପଟେ ବରଗଡରେ ବୃଦ୍ଧା ମା’କୁ ଜଙ୍ଗଲରେ ଛାଡି ପଳାଇଲେ ପରିବାର ଲୋକେ ।

130

କନକ ବ୍ୟୁରୋ: ମାନବିକତା ଭୁଲିଗଲା ମଣିଷ । ପାଦରେ ଘା ହୋଇଯିବାରୁ ଅସହାୟ ବୃଦ୍ଧାଙ୍କୁ ନିଛାଟିଆ ଜଙ୍ଗଲରେ ଏକା ଛାଡି ଚାଲିଗଲେ ପରିବାର ଲୋକେ । ଡିସେମ୍ବର ମାସ ହାଡଭଙ୍ଗା ଶୀତରେ ଖୋଲା ଆକାଶ ତଳେ ଧାନ ବିଲରେ ପଡିରହିଥିବା ଅସହାୟ ମହିଳାଙ୍କୁ ଉଦ୍ଧାର କଲେ ସମାଜସେବୀ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ନୂଆଗଡ଼ ଅଂଚଳରେ । ଖୋଲା ଆକାଶ ତଳେ ପଲିଥିଲ ପଡିରହିଥିଲେ ବୃଦ୍ଧା । ସେ ସ୍ଥାନୀୟ କୁଶନପୁରୀ ଗାଁର ବାସୀନ୍ଦା । ତାଙ୍କର ସ୍ୱାମୀ, ନାତି, ନାତୁଣି ସମସ୍ତେ ଅଛନ୍ତି । ତାଙ୍କ ବାଦରେ ଏକ ଘା ହୋଇ ସେଥିରେ ପୋକ ହୋଇଯାଇଥିଲା । ଜାତି ଲୋକେ ତାଙ୍କୁ ବିରୋଧ କରିବାରୁ ପରିବାର ଲୋକେ ଏଭଳି ଅସହାୟ ଅବସ୍ଥାରେ ତାଙ୍କୁ ଛାଡି ଚାଲିଯାଇଥିଲେ । ପରେ ସାମାଜିକ ଅନୁଷ୍ଠାନ ସଂଙ୍କଳ୍ପ ପରିବାର ଆମ୍ବୁଲାନ୍ସ ସହାୟତାରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଆଣି ଚିକିତ୍ସା କରାଇଛନ୍ତି ।

ଯୋଡାରେ ମଧ୍ୟ ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ସମାନ୍ୟ କଥାକୁ ନେଇ ମା’କୁ ଖୁଣ୍ଟରେ ବାନ୍ଧି ମାଡ ମାରିିଛି ପୁଅ । କେନ୍ଦୁଝର ଚମ୍ପୁଆ ଥାନା ଅନ୍ତର୍ଗତ ସୋରସ୍ପାଷି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୭୦ ବଷିୟ ମା’ ସୁଭଦ୍ରା ରୋଷେଇ କରିବା ପାଇଁ ବାଡି କୋବି ତୋଳି ଆଣିଥିଲେ । ଯେଉଁଥିପାଇଁ ତାଙ୍କୁ ପୁଅ ଶତ୍ରୁଘ୍ନ ତାଙ୍କ ମାଆଙ୍କୁ ଖୁଂଟରେ ବାନ୍ଧି ମାଡ ମାରିଛନ୍ତି । ପରେ ଗାଁଲୋକେ ତାଙ୍କୁ ବାରଣ କରିଥିଲେ ମଧ୍ୟ ସେମାନଙ୍କ କଥା ପୁଅ ଶୁଣିନଥିଲା । ଗ୍ରାମବାସୀ ଉଦ୍ଧାର କରିବାରେ ବିଫଳ ହେବାରୁ ଶେଷରେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଂଚି ଶୁଭଦ୍ରାଙ୍କୁ ଉଦ୍ଧାର କରି ସ୍ଥାନୀୟ ବାସୁଦେବପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଏଭଳି ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।