ମମତାଙ୍କ ଗଡ଼ରେ ମୋଦୀଙ୍କ ଗର୍ଜନ । କହିଲେ ଟିଏମସି ଅର୍ଥ ହେଉଛି ତୁ, ମେ ଔର କରପସନ

373

କନକ ବ୍ୟୁରୋ : ଦିଦିଙ୍କ ଗଡରେ ଗର୍ଜିଲେ ମୋଦୀ । ପଶ୍ଚିମବଙ୍ଗ କୃଷ୍ଣନଗର ଜନସଭାକୁ ସମ୍ବେ।।ଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଟାର୍ଗେଟ କରିଛନ୍ତି । ଟିଏମସିର ଅର୍ଥ ତୁ ମେ ଔର କରପସନ କହି ମମତାଙ୍କୁ ମୋଦୀ ଟାର୍ଗେଟ କରିଛନ୍ତି । ଟିଏମସି ହେଉଛି ଅତ୍ୟାଚାର, ହିଂସା, ଲୁଟ, ଗୁଣ୍ଡାଗର୍ଦ୍ଦି, ବଂଶବାଦ, ଦୁର୍ନୀତି ଅନ୍ୟ ନାମ । ଦଳ ବିଶ୍ୱାସଘାତକତା କରେ ଆତ୍ମୀୟମତା ନାଁରେ ଆକ୍ରମଣ କରେ । ରାଜ୍ୟବାସୀଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନାରୁ ବଂଚାଇ ରଖି ଗରିବ କରୁଛି । ତେଣୁ ପଶ୍ଚିମବଙ୍ଗର ବିକାଶ ହୋଇପାରୁନଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।